“ଧାକ୍କଡ” ରିଲିଜ ହେବା ପୂର୍ବରୁ ନିଜକୁ କାର ଗିଫ୍ଟ କଲେ କଙ୍ଗନା, ମର୍ସିଡିଜର ନୂଆ ମଡ଼େଲ କିଣିବାରେ ହେଲେ ପ୍ରଥମ ଭାରତୀୟ

ଅଧିକାଂଶ ସମୟରେ ବଲିଉଡ କୁଇନ କଙ୍ଗନା ରାଣାବତ ନିଜ ବୟାନ ବାଜି ତଥା ବିବାଦକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଅଭିନେତ୍ରୀଙ୍କୁ ତାଙ୍କ ବୋଲ୍ଡ ଅନ୍ଦାଜ ପାଇଁ ବି ଜଣାଯାଏ । ଆଜି କଙ୍ଗନାଙ୍କ ଫିଲ୍ମ “ଧାକଡ଼” ରିଲିଜ ହୋଇଛି । ଏହି ଫିଲ୍ମରେ କଙ୍ଗନାଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି । ନିକଟରେ ଆସିଥିବା ଖବର ଅନୁଯାୟୀ ବଲିଉଡର ପଙ୍ଗା ଗାର୍ଲଙ୍କ ଗାଡି କାଇଲେକ୍ସନରେ ଏବେ ଆଉ ଏକ କାର ସାମିଲ ହୋଇଯାଇଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ କଙ୍ଗନା ନିଜକୁ ଏକ ବଡ ଗିଫ୍ଟ ଦେଇଛନ୍ତି । ନିକଟରେ ଏହି ଆକ୍ଟ୍ରେସ ଜଣଙ୍କ ନିଜ ପାଇଁ ଏକ ନୂଆ ମାର୍ସିଡିଜ କାର କିଣିଛନ୍ତି । ଯାହାର ଫଟୋ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

kangana
pic credit: indiaTV News

ଗୁରୁବାର ଦିନ ହିଁ କଙ୍ଗନା ନିଜ ପାଇଁ ଏକ ମର୍ସିଡିଜ ମେବେକ ଏସ680 ଗାଡି କିଣିଛନ୍ତି । ଏହି ଶାନଦାର ଗାଡିର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ରଖାଯାଇଛି । ଗାଡି କିଣିବା ପାଇଁ କଙ୍ଗନାଙ୍କ ସହିତ ତାଙ୍କ ମା ବାପା ଓ ତାଙ୍କ ଭଉଣୀ ରଙ୍ଗୋଲି ବି ଉପସ୍ଥିତ ଥିଲେ । ଆଉ ସବୁଠାରୁ ଖାସ କଥା ହେଉଛିକି ଏହି ମଡେଲର ଗାଡି କିଣିବାରେ କଙ୍ଗନା ହେଉଛନ୍ତି ପ୍ରଥମ ଭାରତୀୟ । ଆପଣ ଫଟୋରେ ଦେଖିପାରିବେ କେମିତି କଙ୍ଗନା ଏକ କଳା ରଙ୍ଗର ଡ୍ରେସ ପିନ୍ଧି ଗାଡି କିଣିବାକୁ ପହଂଚି ଯାଇଛନ୍ତି । ଆଉ ତାଙ୍କ ନିକଟରେ ତାଙ୍କ କଳା ରଙ୍ଗର ମର୍ସିଡିଜ ଗାଡିଟି ଛିଡା ହୋଇଥିବା ନଜର ଆସିଛି । ଗାଡି ଆଣିବା ପରେ ପ୍ରଥମେ ତାଙ୍କ ମା’ ଗାଡିର ପୂଜା କରିଥିଲେ । ଆଉ ଏହା ପରେ ଗାଡି ସହିତ ତାଙ୍କ ଫଟୋ ନେଇଥିଲେ । ଅବଶ୍ୟ କଙ୍ଗନା ଏନେଇ କୌଣସି ସୂଚନା ଦେଇନାହାନ୍ତି । ସୂଚନା ମୁତାବକ କଙ୍ଗନା ନିଜ ଜୀବନର ପ୍ରଥମ କାର BMW 7 ସିରିଜ ମାତ୍ର ୨୧ ବର୍ଷ ବୟସରେ ୨୦୦୮ ମସିହାରେ କିଣିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.