ବାଲେଶ୍ବର: ଆଗକୁ ଶ୍ରୀରାମ ନବମୀ, ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ କଲା ଫ୍ଲାଗ ମାର୍ଚ୍ଚ
ବାଲେଶ୍ବର ପୋଲିସ ସମେତ ରାପିଡ୍ ଆକ୍ସନ ଫୋର୍ସ ବାଲେଶ୍ବର ସହରରେ କରୁଛି ଫ୍ଲାଗ ମାର୍ଚ୍ଚରେ ଶ୍ରୀରାମ ଚେତନା ଜାଗରଣ ମଞ୍ଚ ପକ୍ଷରୁ ଆଗକୁ ଶ୍ରୀରାମ ନବମୀ ଅନୁଷ୍ଠିତ ହେବ। ରାମ ନବମୀ କିଭଳି ଶାନ୍ତି ଶୃଙ୍ଖଳାର ସହ ପାଳିତ ହେବ ତାକୁ ନେଇ ପୋଲିସର ବ୍ଯାପକ ପ୍ରସ୍ତୁତି ।

ବାଲେଶ୍ବର(କେନ୍ୟୁଜ୍): ଆଗକୁ ବାଲେଶ୍ବରର ସହରରେ ଶ୍ରୀରାମ ଚେତନା ଜାଗରଣ ମଞ୍ଚ ପକ୍ଷରୁ ଆଗକୁ ଶ୍ରୀରାମ ନବମୀ ଅନୁଷ୍ଠିତ ହେବ। ଏଥିପାଇଁ ପୋଲିସ ତରଫରୁ କରାଯାଇଛି ଫ୍ଲାଗ ମାର୍ଚ୍ଚ। ବାଲେଶ୍ବର ପୋଲିସ ସମେତ ରାପିଡ୍ ଆକ୍ସନ ଫୋର୍ସ ବାଲେଶ୍ବର ସହରରେ କରୁଛି ଫ୍ଲାଗ ମାର୍ଚ୍ଚରେ ଶ୍ରୀରାମ ଚେତନା ଜାଗରଣ ମଞ୍ଚ ପକ୍ଷରୁ ଆଗକୁ ଶ୍ରୀରାମ ନବମୀ ଅନୁଷ୍ଠିତ ହେବ। ରାମ ନବମୀ କିଭଳି ଶାନ୍ତି ଶୃଙ୍ଖଳାର ସହ ପାଳିତ ହେବ ତାକୁ ନେଇ ପୋଲିସର ବ୍ଯାପକ ପ୍ରସ୍ତୁତି ।
ଆଜି ରାମ ନବମୀ ପାଈଁ ଯେଉଁ ସବୁ ରୁଟ ଦେଇ ମେଢ଼ ଯିବ ସେହି ସବୁ ରୁଟରେ ଫ୍ଲାଗ ମାର୍ଚ୍ଚ ହୋଇଛି । ବାଲେଶ୍ବର ସହରରେ ଥିବା ଯେଉଁ ସବୁ ସମ୍ବେଦନଶୀଳ ଅଞ୍ଚଳ ଅଛି ତାକୁ ପୁଲିସ୍ ନଜରରେ ରଖିଛି । ସେହିଭଳି ଆଗକୁ ୨୨ ତାରିଖରେ ପୁଣି ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶ୍ରୀରାମ ନବମୀ କିଭଳି ଶୃଙ୍ଖଳାର ସହ ପାଳନ କରାଯିବା ଶାନ୍ତି କମିଟି ବୈଠକ ହେବ । ବାଲେଶ୍ବରରେ କିଭଳି ଶ୍ରୀରାମ ନବମୀ ସୁରୁଖୁରୁରେ ହେବ ପୋଲିସ ନଜର ରଖିଛି ।