ଆୟଠୁ ଅଧିକ ସମ୍ପତ୍ତି ଠୁଳ, ଗିରଫ ହେଲେ ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ଥାନା ଆଇଆଇସି

ଥାନା ବାବୁଙ୍କୁ ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ । ଗିରଫ ହେଲେ ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ଥାନା ଆଇଆଇସି ବୀରବର ଭଗତ । ତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ରେଡ୍‌ ବେଳେ ଠାବ ହୋଇଥିଲା ଅମାପ ସମ୍ପତ୍ତି । ସମ୍ବଲପୁର ଅଇଁଠାପାଲିରେ ୭୭ ଲକ୍ଷ ଟଙ୍କାର ଦୁଇ ମହଲା ଘର ରହିଛି ।

ସମ୍ବଲପୁର କବରପାଲିରେ ରହିଛି ୨୧ ଲକ୍ଷ ଟଙ୍କାର ଫାର୍ମ ହାଉସ । ସମ୍ବଲପୁର, ବଣେଇ, ସୁନ୍ଦରଗଡ଼ରେ ରହିଛି ୧୦ଟି ପ୍ଲଟ । ଯାହାର ରେଜିଷ୍ଟ୍ରେସନ୍‌ ମୂଲ୍ୟ ୧ କୋଟି ୧୧ ଲକ୍ଷ ଟଙ୍କା ହେବ । ବଜାର ମୂଲ୍ୟ କିନ୍ତୁ ଢେର ଅଧିକ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ।

ବୀରବର ଭଗତଙ୍କ ନାଁରେ ରହିଛି ୧୬ ଲକ୍ଷ ୬୮ ହଜାର ଟଙ୍କାର ବ୍ୟାଙ୍କ ଓ ଇନ୍ସୁରାନ୍ସ ଜମା । ୧୬୬ ଗ୍ରାମର ସୁନା ଅଳଙ୍କାର ଠାବ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ବୀରବର ଭଗତଙ୍କ ସରକାରୀ ବାସଭବନ, ଗାଇସିଲେଟ୍‌ ଥାନା ସମେତ ସମ୍ବଲପୁରରେ ରେଡ୍‌ କରିଥିଲା ଭିଜିଲାନ୍ସ ଟିମ୍‌ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.