ରଶ୍ମି ରଂଜନ ବିଶ୍ଵାଳ ଆତ୍ମହତ୍ୟା ଘଟଣାରେ ପୋଲିସର ତଦନ୍ତ ଜାରି, ବାପା ଓ ଭାଇ ଫେରାର ଅଛନ୍ତି

ଭୁବନେଶ୍ବର(କେନ୍ୟୁଜ୍): ବାଲିପାଟଣା ଥାନା ଭାକରସାହି ଗ୍ରାମ ବିଶ୍ଵାଳ ସାହିର ରଶ୍ମି ରଂଜନ ବିଶ୍ଵାଳଙ୍କର ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଛି ବାଲିପାଟଣା ପୋଲିସ। ଥାନା ଅଧିକାରୀ ରଶ୍ମିଙ୍କ ଘରକୁ ଯାଇଥିଲେ। ତାଙ୍କ ବାପା ଓ ଭାଇ ଫେରାର ଅଛନ୍ତି।  ତାଙ୍କ ମାଙ୍କ ସହ ଆଲୋଚନା କରିଛନ୍ତି ଥାନା ଅଧିକାରୀ।  ତାଙ୍କ ମୃତ୍ୟୁର କାରଣ କଣ? ଏହା ପଛରେ କଣ ତାଙ୍କ ପରିବାର ଲୋକ ଅଛନ୍ତି କି? ଯଦି ସେ ଆତ୍ମହତ୍ୟା କରିଛନ୍ତି ତେବେ ତାଙ୍କ ମୃତ ଦେହକୁ ପରିବାର ଲୋକ ତରବରିଆ ଭାବେ ପୋଡ଼ି ଦେଲେ କାହିଁକି? ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଯଦି ରଶ୍ମି ରଂଜନ ଆତ୍ମହତ୍ୟା କରିଛନ୍ତି ତେବେ ପରିବାର ସଦସ୍ୟ ପୋଲିସକୁ କାହିଁକି ସୂଚନା ଦେଇ ନଥିଲେ? ରଶ୍ମି ରଂଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି? କେଉଁ କାରଣରୁ ତାଙ୍କୁ ତାଙ୍କ ପରିବାର ସଦସ୍ୟ ମାରିବାକୁ ଚେଷ୍ଟା କରିଥିଲେ? ମୃତ୍ୟୁ ପଛର କଣ ରହିଛି କାରଣ? ମୃତ୍ୟୁ ନେଇ ପୋଲିସକୁ କାହିଁକି ଜଣାଇ  ଥିଲେ? ହସ୍ପିଟାଲକୁ କାହିଁକି ନ ନେଇ ତରବରିଆ ପୋଡି ଦେଲେ ଓ ଏଣେ ବାପା ଓ ଭାଇ ଫେରାର ଅଛନ୍ତି।