ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ : ଲାଞ୍ଚ ନେଇ ଧରାପଡିଲେ ଆଇଆଇସି ଆଲୋକ ବେହେରା

ବରଗଡ଼ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଥାନା ଆଇଆଇସି । ବରଗଡ଼ ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା । ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏକ ପୁରୁଣା ମାମଲାରେ ବ୍ୟାଙ୍କ କର୍ମଚାରୀ ଅଜିତ ଘଡେଇଙ୍କ ନାଁ ଚାର୍ଜସିଟରୁ କାଟିବା ପାଇଁ ଥାନା ଅଧିକାରୀ ଟଙ୍କା ମାଗିଥିଲେ । ଏନେଇ ଅଜିତ ଘଡେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ସିନ୍ଧେକେଲା ଥାନା ଓ IICଙ୍କ ସରକାରୀ ବାସଭବନରେ ଭିଜିଲାନ୍ସର ଚଢ଼ାଉ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.