Below header

ଆସିଲାନି ଆମ୍ବୁଲାନ୍ସ : ରାସ୍ତାରେ ପ୍ରସବ କଲେ ମହିଳା

ଆନନ୍ଦପୁର : ଆସିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ପ୍ରସୂତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛଇ ଆନନ୍ଦପୁରର ଆଦିବାସୀ ଅଧ୍ୟୁଷିତ ଅଂଚଳ ଧବଣୀ ଗାଁ ରେ । ଜିଙ୍ଗି ବାନ୍ ସିଂ ନାମକ ଜଣେ ଗର୍ଭବତୀଙ୍କୁ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ମାତ୍ର ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ପରିବାର ଲୋକେ ତାଙ୍କୁ ଖଟିଆରେ ନେଇ ଯାଉଥିବା ବେଳେ ରାସ୍ତାରେ ତାଙ୍କର ପ୍ରସବ ହୋଇ ଯାଇଥିଲା । ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ଜିଙ୍ଗି ବାନ୍।

ସେହିପରି ଆମ୍ବୁଲାନ୍ସ ସେବାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ସେହି ସମାନ ଅଂଚଳରେ । ଉକ୍ତ ଗାଁ ର ଜନା ହୋ ନାମକ ଜଣେ ମହିଳା ଅସୁସ୍ଥ ଥିବାରୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ତେବେ ଆମ୍ବୁଲାନ୍ସଟି ତାଙ୍କୁ ଡାକ୍ତରଖାନା ନେଇ ଯାଉଥିବା ବେଳେ ଅଧା ବାଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ଯାଇଥିଲା । ଫଳରେ ଦୁର୍ଦ୍ଦଶା ଭୋଗିଥିଲେ ରୋଗୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.