ଆସିଲା ପୋଷ୍ଟମର୍ଟ ରିପୋର୍ଟ: ଶ୍ୱାସରୁଦ୍ଧରୁ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ, ଶରୀରର ଅନ୍ୟ କୌଣସି ସ୍ଥାନରେ ଆଘାତ ନଥିବା ସ୍ପଷ୍ଟ
ଭୁବନେଶ୍ୱର(କେନ୍ୟୁଜ୍): ଶ୍ୱାସରୁଦ୍ଧରୁ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ। ପୁରୀ ଜିଲ୍ଲା ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର ଆସିଲା ପୋଷ୍ଟମର୍ଟ ରିପୋର୍ଟ। ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି। ଶରୀରର ଅନ୍ୟ କୌଣସି ସ୍ଥାନରେ ଆଘାତ ନଥିବା ସ୍ପଷ୍ଟ ହୋଇଛି। ଭିସେରା ଟେଷ୍ଟ ପାଇଁ ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ପଠାଯାଇଛି। ଏଯାଏ ପୋଲିସକୁ ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲ ଫୋନ୍ ଓ ଘରର ସିସିଟିଭି ଫୁଟେଜ ଜବତ କରାଯାଇଛି । ୨୪ ତାରିଖରେ ଝୁଲନ୍ତା ଅବସ୍ଥାରେ ଧର୍ମେନ୍ଦ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।