Below header

ଖୋଲୁୁଛି ପାଠକ-ପାଣିଗ୍ରାହୀ ଫ୍ୟାମିଲିର ଭିତିରି କଥା,ଭାବୀ ସମୁଦିଙ୍କ ସହ ଟାର୍ଟର ପ୍ଲେନରେ ଅନେକ ଥର ଉଡ଼ିଛନ୍ତି ପ୍ରଦୀପ ପାଣିଗ୍ରାହୀ

କେନ୍ୟୁଜ୍(ବ୍ୟୁରୋ): ଖୋଲୁୁଛି ପାଠକ-ପାଣିଗ୍ରାହୀ ଫ୍ୟାମିଲିର ଭିତିରି କଥା । ଆଇଏଫଏସ୍‌ ଅଫିସର ଅଭୟକାନ୍ତଙ୍କ ପାଠକଙ୍କ ପରିବାର ସହ ଚାର୍ଟର ପ୍ଲେନରେ ଯାଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଥରେ ନୁହେଁ ରାଜ୍ୟ ବାହାରକୁ ଯାଇଛନ୍ତି ଏକାଧିକ ଥର । କେତେବେଳେ ଭୁବନେଶ୍ୱରରୁ ଦିଲ୍ଲୀ । କେବେ ପାଟଣା ତ ପୁଣି କେବେ ପୁନେ ଯାଇଛନ୍ତି ।   ଲକଡାଉନ୍‌ ବେଳେ ବି ରାଜ୍ୟ ବାହାରକୁ ଚାର୍ଟର ପ୍ଲେନରେ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ ।  ପୁନେରୁ ଭୁବନେଶ୍ୱର ବୁକିଂ ହୋଇଥିଲା ।

ଭାବୀ ଜ୍ୱାଇଁ ତଥା ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ସହ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ ।   ଗୋଟିଏ ୫ ତାରିଖରେ ଓ ଅନ୍ୟ ଗୋଟିଏ ୨୮ ତାରିଖର । ଅଗଷ୍ଟ ୫ ତାରିଖରେ ପୁନେ-ପାଟନା-ଭୁବନେଶ୍ୱ ପାଇଁ ବୁକିଂ ହୋଇଥିଲେ । ଏକାଠି ଯାଇଥିଲେ ଅଭୟକାନ୍ତ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ଲୋକ । ସେହିପରି ଅଗଷ୍ଟ ୨୮ ତାରିଖରେ ବୁକିଂ ହୋଇଥିବା ଚାର୍ଟର ପ୍ଲେନରେ ଦିଲ୍ଲୀରୁ ଆକାଶ ପାଠକଙ୍କ ସହ ଭୁବନେଶ୍ୱର ଫେରିଥିଲେ ପ୍ରଦୀପ ପାଣିଗ୍ରାହୀ । ଚାର୍ଟରରେ ଯିବା କଥାକୁ ସ୍ୱୀକାର କରିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

pradeep panigrahi 1

ଦୁର୍ନୀତିଗ୍ରସ୍ତ ଭାବୀ ସମୁଦି ଓ ଜ୍ୱାଇଁଙ୍କ ପାଇଁ ଓକିଲାତି କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । କହିଛନ୍ତି, ଅଭୟକାନ୍ତ ଜଣେ ଭଲ ଅଫିସର । ଆକାଶଙ୍କ ଭବିଷ୍ୟତ ନଷ୍ଟ କରାଯାଉଛି । ଆଇଏଫଏସ୍‌ ଅଫିସର ଅଭୟକାନ୍ତ ଓ ପୁଅ ଆକାଶ ଅୟସ ଲାଇଫ ବିତାଉଥିଲେ । ଦାମୀ ଗାଡ଼ି ଚଢ଼ିବା ସହ ଦେଶ ଭିତରେ ଚାର୍ଟର ପ୍ଲେନରେ ବୁଲୁଥିଲେ । ଓଡ଼ିଶାରୁ କେତେବେଳେ ପୁଣେ ତ ପୁଣି କେବେ ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର, ଦିଲ୍ଲୀ ଯାଉଥିଲେ ଅଭୟ ଓ ଆକାଶ । ଏଥିପାଇଁ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ବି ହୋଇଛି ।

ଆଉ କିଛି ଦିନ ପରେ ଆକାଶ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କୁ ବିବାହ କରିବାର ଥିଲା । ରାଜସ୍ଥାନ ଉଦୟପୁରର ତାଜ ଲେକ୍‌ ପ୍ୟାଲେସରେ ହାଇପ୍ରୋଫାଇଲ୍‌ ୱେଡିଂ ପ୍ଲାନିଂ ହୋଇଥିଲା । ଆଡଭାନ୍ସ ଆକାରରେ ଆକାଶ ଦେଇଥିଲେ ୨୦ ଲକ୍ଷ ଟଙ୍କା । ସ୍ୱତନ୍ତ୍ର ବିମାନ ଯୋଗେ ଯାଇଥାନ୍ତେ ବରଯାତ୍ରୀ । ତାପୂର୍ବରୁ ବିଗିଡ଼ିଗଲା ସବୁ କିଛି । ପାଠକ ପରିବାରର ବାପା-ପୁଅ ଜେଲରେ ଥିବା ବେଳେ ପାଣିଗ୍ରାହୀ ଫ୍ୟାମିଲିକୁ ନେଇ ଏବେ ଚର୍ଚ୍ଚା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.