୫୦ ବର୍ଷରେ ପଦାର୍ପଣ କଲା ଦୈନିକ ଖବର କାଗଜ ପ୍ରଗତିବାଦୀ, ଯୋଗ ଦେଲେ ଡ. ଅଚୁତ୍ୟ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍):୫୦ ବର୍ଷରେ ପଦାର୍ପଣ କଲା ଦୈନିକ ଖବର କାଗଜ ପ୍ରଗତିବାଦୀ । ଏହି ଅବସରରେ ପ୍ରଗତିବାଦୀ କାର୍ଯ୍ୟାଳୟରେ ସ୍ୱର୍ଣ୍ଣିମ ଜୟନ୍ତୀ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ,କନ୍ଧମାଳ ସାଂସଦ ଅଚୁତ୍ୟ ସାମନ୍ତ ଯୋଗ ଦେଇ ପ୍ରଗତିବାଦୀର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ପ୍ରତିଛବିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହା ସହ ଖବର କାଗଜର ୫୦ ବର୍ଷ ଲୋଗୋ ଉନ୍ମୋଚନ କରିଥିଲେ। ରାଜଭବନରେ ପ୍ରଗତିବାଦୀର ୫୦ ବର୍ଷର ପ୍ରଥମ ଦିନର ଖବର କାଗଜ ପ୍ରକାଶନ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚନ କରାଯଇଥିଲା ।

୧୯୭୩ ଜାନୁୟାରୀ ୨୬ରେ ଏକ ସାପ୍ତାହିକ ଖବର କାଗଜ ଭାବେ ପ୍ରଗତିବାଦୀ ପ୍ରକାଶ ପାଇଥିଲା ଏବଂ ୧୯୭୯ରେ ପ୍ରକାଶ ପାଇଲା ଏହାର ଦୈନିକ ସଂସ୍କରଣ।  ଏହାର ଉଦଘାଟନ ଜଣେ ରିକ୍ସା ଚାଳକ ଦ୍ୱାରା ପ୍ରଦ୍ୟୁମ୍ନ ବଳ କରିଥିବା ବେଳେ, ସ୍ୱର୍ଣ୍ଣିମ ଜୟନ୍ତିରେ ମଧ୍ୟ ନବରଙ୍ଗପୁରର ସମାଜସେଵୀ ରିକ୍ସା ଚାଳକ ଦମ୍ପତି ଅତିଥି ଭାବେ ଯୋଗ ଦେଇଥିଲେ.ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା 5ଜଣ ବରିଷ୍ଠ ବ୍ୟକ୍ତିଙ୍କୁ ସନ୍ନମାନିତ କରାଯାଇଥିଲା।ଏହା ମଧ୍ୟ୍ୟରେ ଅଛନ୍ତି, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି, ସ୍ତମ୍ଭକାର ବିଶ୍ୱରଂଜନ, ଧନେଶ୍ୱର ସାହୁ, ସମାଜସେବୀ ଅରୁନ୍ଧତୀ ଦେଵୀ, ନାରାୟଣ ରେଡି। ଜରୁରୀକାଳୀନ ପରିସ୍ଥିତିକୁ ସମ୍ମୁଖୀନ କରିଥିବା ଏହି ଖବର କାଗଜ କେବେ ଖବର ସହ ସାଲିଶ କରି ନାହିଁ. ତେଣୁ ପାଠକଙ୍କ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା କହିଛନ୍ତି ପ୍ରଗତିବାଦୀର ସମ୍ପାଦକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.