ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ, କାଲି ନାମାଙ୍କନ ପତ୍ର ଦାଖଲ କରିବେ

ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ । କାଲି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରମିଳା। ଆସନ୍ତା ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ ।

କେନ୍ୟୁଜ୍(ବ୍ୟୁରୋ):  ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ । ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ । କାଲି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରମିଳା। ଆସନ୍ତା ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ ।

 ପ୍ରମିଳା ପ୍ରଥମଥର ଜନତା ଦଳରୁ ଟିକେଟରୁ ୧୯୯୦ ମସିହାରେ ବିଧାୟିକା ଭାବେ ନିର୍ବାଚିତ ହୋଇ ବିଧାନସଭା ଆସିଥିଲେ। ପରେ ବିଜେଡ଼ି ଗଠନ ପରେ ସେ ୨୦୦୨ ମସିହାରୁ ଲଗାତାର ବିଜେଡ଼ି ଟିକେଟରୁ ନିର୍ବାଚିତ ହୋଇ ଆସୁଛନ୍ତି। ୧୯୯୦, ୨୦୦୦, ୨୦୦୪, ୨୦୦୯,୨୦୧୪ ଓ ୨୦୧୯ ମୋଟ ୬ଥର ବିଧାୟିକା ହେଲେଣି। ଏହାସହ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।  ବର୍ତ୍ତମାନ ପ୍ରମିଳା ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଓ ରାଜସ୍ବ ବିଭାଗ ଦାୟିତ୍ବରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.