Below header

ପ୍ରଶାନ୍ତଙ୍କ ପତ୍ନୀ ଆଣିଲେ ଅଭିଯୋଗ: ମୋ ସ୍ୱାମୀଙ୍କୁ ତାଙ୍କ ସାନ ଭାଇ ମାରିଛି

ଖୋର୍ଦ୍ଧା (କେ ନ୍ୟୁଜ) : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଭାଇ ମା’ର ପ୍ରରୋଚନାରେ ନିଜ ଭାଇକୁ ହତ୍ୟା କରିଛି ବୋଲି ଅଭିଯୋଗ ବାଣପୁର ଥାନାରେ ହୋଇଛି।

ସୂଚନାଯୋଗ୍ୟ ଯେ, ମୃତକ ପ୍ରଶାନ୍ତ ନାୟକ ୧୧ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା। କିନ୍ତୁ ରୋଜଗାର ପାଇଁ ପ୍ରଶାନ୍ତ ବାହାରକୁ ଚାଲିଯାଇଥିବା ବେଳେ ଏହାର ସୁଯୋଗ ନେଇ ପ୍ରଶାନ୍ତର ସ୍ତ୍ରୀ ଉପରେ ଅକଥନୀୟ ଯୌତୁକ ନିର୍ଯାତନା ଦେଇଥିଲେ । ପ୍ରଶାନ୍ତଙ୍କ ପତ୍ନୀଙ୍କୁ ଶାଶୁ, ନଣନ୍ଦ ଓ ଦିଅର ବିଭିନ୍ନ ଗାଳି ଗୁଲଜ ଓ ମାଡ ମାରିବା ଭଳି ମଧ୍ୟ ଅଭିଯୋଗ ହୋଇଛି। ବାପା ଗରିବ ଓ ବୃଦ୍ଧ ହୋଇଥିବାରୁ ଯୌତୁକ ଦେଇ ନପାରି ପ୍ରଶାନ୍ତର ସ୍ତ୍ରୀ ଭୟରେ ୧୦ ମାସ ହେଲା ନିଜ ବାପ ଘରେ ମଧ୍ୟ ରହୁଥିଲେ।

ପ୍ରଶାନ୍ତ ନିକଟରେ ଲକ୍ଷ୍ମୀପୂଜା ପାଇଁ ଗାଁକୁ ଆସିଥିବା ବେଳେ ଭାଇ ସହିତ ତାଙ୍କର ଝଗଡା ଲାଗିଥିଲା। ଏହି ଝଗଡାରେ ପ୍ରଶାନ୍ତଙ୍କୁ ତାଙ୍କ ଭାଇ ବାଡେଇ ମାରିଥିବା ପ୍ରଶାନ୍ତଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ପୋଲିସ ଏହାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.