ମୋଦିଙ୍କ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଯାହାଙ୍କ ଶପଥ ସମୟରେ ବାଜିଥିଲା ସବୁଠାରୁ ଅଧିକ ତାଳି

ପୁଣି ଥରେ ଦେଶର ଶାସନ ଭାର ସମ୍ଭାଳିଲେ ମୋଦି । ପ୍ରାଧନମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ନେଲେ ଶପଥ । ଏଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ । କ୍ୟାବିନେଟ୍ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନ ପାଇଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି ସମସ୍ତଙ୍କ ପ୍ରିୟ ପ୍ରତାପ ଷଡଙ୍ଗୀ ।

pratap sarangi bjpତେବେ ପ୍ରତାପ ଷଡଙ୍ଗୀ ଶପଥ ନେବା ବେଳେ ରାଷ୍ଟ୍ରପତି ଭବନରେ ଶୁଭିଥିଲା ସବୁଠାରୁ ଅଧିକ ତାଳି । ପୂର୍ବରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ଏଥର ପ୍ରଥମ ଥର ପାଇଁ ସାଂସଦ ହୋଇଛନ୍ତି । ଗତ ୨୦୧୪ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ହାରି ଯାଇଥିଲେ। କିନ୍ତୁ ଏଥର ସେ ଦୁଇ ଜଣ କୋଟିପତି ପ୍ରତିଦ୍ୱନ୍ଦ୍ୱୀ ରବିନ୍ଦ୍ର ଜେନା ଏବଂ ନବଜ୍ୟୋତି ପଟ୍ଟନାୟକଙ୍କୁ ହରାଇ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ତେବେ ନିଜ ସାଧାସିଧା ଜୀବନଶୈଳୀ ପାଇଁ କେବଳ ରାଜ୍ୟ ନୁହେଁ ପୁରା ଦେଶରେ ଚର୍ଚ୍ଚିତ ୬୪ ବର୍ଷୀୟ ପ୍ରତାପ ଷଡଙ୍ଗୀ । ଏପରିକି ସରଳ ବେଶଭୂଷା ପାଇଁ ପୁରା ଦେଶରେ ‘ଓଡ଼ିଶାର ମୋଦୀ’ରୂପେ ଜଣାଶୁଣା । ସୋସିଆଲ୍ ମିଡିଆରେ ପ୍ରତାପ ଷଡଙ୍ଗୀଙ୍କର ଅନେକ ପ୍ରଶଂସା ଏବଂ ପ୍ରଶଂସକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.