ଚନ୍ଦ୍ରଯାନ-୩ ପାଇଁ କିସ ବିଶ୍ବ ବିଦ୍ୟାଳୟରେ ଚାଲିଛି ପ୍ରାର୍ଥନା, ପ୍ଲାକାର୍ଡ ଧରି ଶୁଭେଚ୍ଛା ଜଣାଇଲେ ଛାତ୍ରଛାତ୍ରୀ

ଆଜି ଭାରତ ପାଇଁ ଚନ୍ଦ୍ରଯାନ ମୁହୂର୍ତ୍ତ। ଚନ୍ଦ୍ରଯାନ-୩କୁ ନେଇ ଭୁବନେଶ୍ୱରରେ କିସ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ସଫଳ ଲ୍ୟାଣ୍ଡିଂ ପାଇଁ କିସ ବିଶ୍ବ ବିଦ୍ୟାଳୟରେ ପୂଜାର୍ଚ୍ଚନା ସହ ହଜାର ହଜାର ଛାତ୍ର ଛାତ୍ରୀ ଏକାଠି ହୋଇ ଶୁଭେଚ୍ଛା ଜଣାଇଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ଆଜି ଭାରତ ପାଇଁ ଚନ୍ଦ୍ରଯାନ ମୁହୂର୍ତ୍ତ। ଚନ୍ଦ୍ରଯାନ-୩କୁ ନେଇ ଭୁବନେଶ୍ୱରରେ କିସ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ସଫଳ ଲ୍ୟାଣ୍ଡିଂ ପାଇଁ କିସ ବିଶ୍ବ ବିଦ୍ୟାଳୟରେ ପୂଜାର୍ଚ୍ଚନା ସହ ହଜାର ହଜାର ଛାତ୍ର ଛାତ୍ରୀ ଏକାଠି ହୋଇ ଶୁଭେଚ୍ଛା ଜଣାଇଛନ୍ତି। ଟିମ୍ “ଚନ୍ଦ୍ରଯାନ” ସଫଳ କାମନା କରି କିସରେ ପ୍ରାୟ ୪ ହଜାର ଛାତ୍ରଛାତ୍ରୀ ଜାତୀୟ ପତାକା ଓ ପ୍ଲାକାର୍ଡ ଧରି ଶୁଭ ମନାସିଛନ୍ତି।

ଆଜି ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବ ଭାରତ । ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡିଂକୁ ଉତ୍ସୁକତାର ସହ ଅପେକ୍ଷା କରିଛି ସାରା ବିଶ୍ୱ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.