ନିର୍ମାଣାଧୀନ ରେଲୱେ ବ୍ରିଜ ଭୁଶୁଡି ୧୭ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ମିଜୋରାମରେ ନିର୍ମାଣଧୀନ ରେଲୱେ ବ୍ରିଜ ଭୁଶୁଡି ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ୩୦ରୁ ୪୦ ଜଣ ଲୋକ ଫସିଥିବା କୁହାଯାଉଛି । ତେବେ ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ।

ମିଜୋରାମରେ ନିର୍ମାଣଧୀନ ରେଲୱେ ବ୍ରିଜ ଭୁଶୁଡି ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପୋଲ ଭୁଶୁଡ଼ିବା ସମୟରେ ପ୍ରାୟ ୩୫ରୁ ୪୦ ଜଣ ଶ୍ରମିକ ଘଟଣାସ୍ଥଳରେ କାମ କରୁଥିଲେ । ସକାଳ ୧୦ରେ ଘଟଣା ଘଟିଛି । ରେଲୱେ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ । ଅନେକ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଏନଡିଆରଏଫ ଟିମ୍ । ଏ ନେଇ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ସୂଚନା ଦେଇଛନ୍ତି ।

ଖବର ମୁତାବକ, ଯେଉଁ ପିଲାର ଖସିପଡିଛି, ତାର ଉଚ୍ଚତା ୧୦୪ ମିଟର ରହିଥିଲା । ଏହି ବ୍ରିଜର ନିର୍ମାଣ ସାଇରାଗ ପାଖରେ ଥିବା କୁରୁଙ୍ଗ ନଦୀ ଉପରେ ନିର୍ମାଣ ଚାଲିଥିଲା । ଏହାଦ୍ୱାରା ବେହରାବୀ ଏବଂ ସାଇରାଙ୍ଗ ଅଞ୍ଚଳ ସଂଯୋଗ ହୋଇଥାନ୍ତା ।

ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହିତ ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଓ ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ୫୦ ହଜାର ଲେଖାଏଁ ଟଙ୍କା ସହାୟତା ଘୋ‌ଷଣା କରିଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ମିଜୋରାମ ଅଘଟଣ ପାଇଁ ବ୍ୟଥିତ। ପ୍ରିୟଜନଙ୍କୁ ହରାଇଥିବା ‌ଲୋକାମନଙ୍କ ପ୍ରତି ସମବେଦନା ଜଣାଉଛି। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ପ୍ରଭାବିତ ଲୋକମାନଙ୍କୁ ସମ୍ଭାବ୍ୟ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.