ବିଦ୍ୟାଧରପୁର ସ୍ଥିତ ଇଣ୍ଡିଆନ୍ ରାଇସ କଂଗ୍ରେସର ଉଦଘାଟନ୍ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ (କେନ୍ୟୁଜ): ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ବା NRRIରେ ଦ୍ୱିତୀୟ ରାଇସ କଂଗ୍ରେସକୁ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେଲିକପ୍ଟର ଯୋଗେ NRRIରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ରାଇସ କଂଗ୍ରେସର ଉଦଘାଟନ କରିବା ସହ ଦେଶ ବିଦେଶର କୃଷି ବିଜ୍ଞାନୀଙ୍କୁ ଉଦ୍‌ବୋଧନ ଦେଲେ ରାଷ୍ଟ୍ରପତି । ମଧ୍ୟାହ୍ନ ୧୨ଟା ଯାଏ ରାଷ୍ଟ୍ରପତି ଏନଆରଆରଆଇରେ ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସମ୍ମାନିତ ଅତିଥି ଓ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ । ଦ୍ୱିତୀୟ ଭାରତୀୟ ଧାନ କଂଗ୍ରେସର ବିଷୟବସ୍ତୁ “ଧାନ ଅନୁସନ୍ଧାନରେ ପରିବର୍ତ୍ତନ: ସାମ୍ପ୍ରତିକ ବୈଜ୍ଞାନିକ ବିକାଶ ଏବଂ ବିଶ୍ୱ ଖାଦ୍ୟ ସଙ୍କଟ” ରଖାଯାଇଛି । ଆଜିଠୁ ୧୪ ତାରିଖ ଯାଏ ଏହି ଚାରି ଦିନିଆ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଜାତୀୟ ଖାଦ୍ୟ ନିରାପତ୍ତା, ବିଶ୍ୱ ଖାଦ୍ୟ ସଙ୍କଟ, ପରିବର୍ତ୍ତନଶୀଳ ଜଳବାୟୁରେ ଧାନ ଉତ୍ପାଦନ ବୃଦ୍ଧି ଆଦି ବିଷୟ ଉପରେ ଆଲୋଚନା କରାଯିବ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କଟକରେ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ । କଟକ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିବେ । ଅପରାହ୍‌ଣ ୧୨ଟା ୪୫ରେ ଦିଲ୍ଲୀ ଅଭିମୁଖେ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.