ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରେଢ଼ାଖୋଲ ଗସ୍ତ

ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବଲପର ରେଢ଼ାଖୋଲ ଗସ୍ତରେ ଯିବେ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିର ତଦାରଖ ହୋଇଛି ।

ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବଲପର ରେଢ଼ାଖୋଲ ଗସ୍ତରେ ଯିବେ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିର ତଦାରଖ ହୋଇଛି । ଆରଡିସି ଶ୍ରୀକାନ୍ତ ପୃଷ୍ଟି, ସମ୍ବଲପୁର ଜିଲ୍ଲାପାଳ ଅନୀଲ ଅଗ୍ରୱାଲ, ଏସପି ମୁକେଶ ଭାମୁଙ୍କ ସମେତ ବିଭିନ୍ନ ପ୍ରଶାସନ ଅଧିକାରୀ ସନ୍ଥକବି ଭୀମଭୋଇଙ୍କ ସ୍ମୃତି ପିଠ କନ୍ଧରା ଗ୍ରାମ, ପ୍ରାପ୍ତି ପିଠ ମଧୁପୁର ଗ୍ରାମ, ଦୀକ୍ଷା ପିଠ କାଙ୍କଣପଡା ଗ୍ରାମ ଏବଂ ରେଢ଼ାଖୋଲ ମିନି ଷ୍ଟାଡିୟମ ବୁଲି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।

ମହିମା ପିଠ ସହ ରେଢ଼ାଖୋଲ ମିନି ଷ୍ଟାଡିୟମରେ କିଭଳି ସୁରକ୍ଷା ବ୍ୟବସ୍ଥା ହେବ ତାକୁ ନେଇ ଆଲୋଚନା ହୋଇଛି। କାର୍ଯ୍ୟକ୍ରମ ରେ ୮ଜଣ ଏସ୍ ପି ଓ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀ ନିୟୋଜିତ ରହିବେ । ୫ ଜଣ ଅତିରିକ୍ତ ଏସ୍ ପି, ୨୩ଜଣ ଡିଏସ୍ ପି, ୬୨ଜଣ ଥାନାଧିକାରୀ, ୧୭୩ଜଣ ଏସ୍ ଆଇ ଓ ଏଏସ୍ ଆଇ, ସେହିପରି ୩୦ ପ୍ଲାଟୁନ୍ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.