Below header

ଜେଲ ଦଣ୍ଡ ବାତିଲ ପାଇଁ ଆଶାରାମ ବାପୁର ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନିରାଶ ହୋଇଛି ତଥାକଥିତ ଧର୍ମଗୁରୁ ଆଶାରାମ ବାପୁ। ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦର୍ଶାଇ ବଳାତ୍କାର ମାମଲାରେ ହୋଇଥିବା ଜେଲ ଦଣ୍ଡ ବାତିଲ ପାଇଁ ଆଶାରାମ ବାପୁର ଆବେଦନର ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ।

ନିରାଶ ହୋଇଛି ତଥାକଥିତ ଧର୍ମଗୁରୁ ଆଶାରାମ ବାପୁ। ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦର୍ଶାଇ ବଳାତ୍କାର ମାମଲାରେ ହୋଇଥିବା ଜେଲ ଦଣ୍ଡ ବାତିଲ ପାଇଁ ଆଶାରାମ ବାପୁର ଆବେଦନର ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ତେବେ ପୋଲିସ ହେପାଜତରେ ରହି ଆଶାରାମ ଚିକିତ୍ସିତ ହେବା ଯୁକ୍ତିକୁ ସ୍ୱୀକାର କରିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଆଶାରାମର ଓକିଲଙ୍କୁ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେବା ସହ ଆଶାରାମର ବାରମ୍ବାର ହୃଦଘାତ ଏବଂ ଅନ୍ୟାନ୍ୟ ଜଟିଳତା ଥିବାରୁ ମାମଲାର ତୁରନ୍ତ ଶୁଣାଣି ପାଇଁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଶାରାମ ବାପୁ ନାମରେ ପରିଚିତ ଆସୁମଲ ହରପାଲାନି ୨୦୧୮ ମସିହାରେ ବଳାତ୍କାର ଭଳି ବିଭିନ୍ନ ମାମଲା ପାଇଁ ଯୋଧପୁରର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଦ୍ୱାରା ଦଣ୍ଡିତ ହୋଇଥିଲେ। ଆଉ ଏକ ବଳାତ୍କାର ମାମଲାରେ ମାମଲାରେ ୨୦୨୩ ମସିହାରେ ତାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.