ତିନି ଦିନିଆ ଗସ୍ତ ସାରି ଆଜି ଓଡ଼ିଶାରୁ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ତିନି ଦିନିଆ ଗସ୍ତ ସାରି ଆଜି ଓଡ଼ିଶାରୁ ଫେରିଯିବେ ମହାମହିମ । ତୃତୀୟ ଦିନରେ ସମ୍ବଲପୁରରେ ପ୍ରଜାପିତା ବ୍ରହ୍ମାକୁମାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ସମାଜରେ ଶିକ୍ଷାର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ।

କେନ୍ୟୁଜ୍: ତିନି ଦିନିଆ ଗସ୍ତ ସାରି ଆଜି ଓଡ଼ିଶାରୁ ଫେରିଯିବେ ମହାମହିମ । ତୃତୀୟ ଦିନରେ ସମ୍ବଲପୁରରେ ପ୍ରଜାପିତା ବ୍ରହ୍ମାକୁମାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ସମାଜରେ ଶିକ୍ଷାର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ । ମାତୃଭାଷାରେ ଶିକ୍ଷାଦାନ ବୌଦ୍ଧିକ ବିକାଶରେ ସହାୟକ ହେବ । ମନୀଷୀମାନେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଉଥିଲେ ।

ଭାଷା ଓ ସଂସ୍କୃତି ଉଭୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଛାତ୍ରଛାତ୍ରୀମାନେ ନିଜ ସଂସ୍କୃତି ଓ ପରମ୍ପରାରୁ ଶିଖିବା ଉଚିତ୍ ବୋଲି କହିଛନ୍ତି ରାଷ୍ଟ୍ରପତି । ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ହେବା ଜରୁରୀ । ନିଜେ ପରିବର୍ତ୍ତନ ହେଲେ ସମାଜ ଓ ବିଶ୍ୱ ପରିବର୍ତ୍ତନ ହେବ ବୋଲି କହିଛନ୍ତି ମହାମହିମ । ଆସନ୍ତା ୨୬ରେ ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.