ଲକ୍ଷ୍ନୌ ସୁପର ଜିଆଣ୍ଟସ ଠାରୁ ଅଲଗା ହେଲେ ଗୌତମ ଗମ୍ଭୀର, KKR ର ମେଣ୍ଟର ହେଲେ

କୋଲକତା ନାଇଟ ରାଇଡର୍ସକୁ ଫେରିଲେ ଗୌତମ ଗମ୍ଭୀର । ଶାହରୁଖଙ୍କ ଟିମ୍‌ କେକେଆର ପାଇଁ ୨୦୨୪ ଆଇପିଏଲ ମେଣ୍ଟର ଭାବେ ନିଯୁକ୍ତ ହୋଇଛନ୍ତି ଗୌତମ ଗମ୍ଭୀର । ଗମ୍ଭୀର ଟ୍ଵିଟ୍‌ କରି ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମାଲିକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଲକ୍ଷ୍ନୌର ହାତ ଛାଡି କୋଲକତା ନାଇଟ ରାଇଡର୍ସକୁ ଫେରିଲେ ଗୌତମ ଗମ୍ଭୀର । ଶାହରୁଖଙ୍କ ଟିମ୍‌ କେକେଆର ପାଇଁ ୨୦୨୪ ଆଇପିଏଲ ମେଣ୍ଟର ଭାବେ ନିଯୁକ୍ତ ହୋଇଛନ୍ତି ଗୌତମ ଗମ୍ଭୀର । କୋଲକତା ନାଇଟ ରାଇଡର୍ସ ଏପର୍ଯ୍ୟନ୍ତ ମାତ୍ର ୨ଟି ଆଇପିଏଲ ଟ୍ରଫି ଜିତିଛି । ଆଉ ୨ ଥର ଯାକ ଟିମର ଅଧିନାୟକ ଗୌତମ ଗମ୍ଭୀର ହିଁ ଥିଲେ । ଏହି ଟିମ ପାଇଁ ଅନେକ ବର୍ଷ ଅଧିନାୟକତ୍ୱ କରିଥିଲେ । ଆଇପିଏଲ ୨୦୧୨ ଏବଂ ୨୦୧୪ରେ ଟାଇଟଲ ଜିତି ଚାମ୍ପିଅନ ହୋଇଥିଲା କେକେଆର ।

ଗୌତମ ଗମ୍ଭୀର ଆଇପିଏଲ୍‌ ୨୦୧୧ରୁ ଆଇପିଏଲ୍‌ ୨୦୧୭ ପର୍ଯ୍ୟନ୍ତ କୋଲକତା ନାଇଟ ରାଇଡର୍ସ ପାଇଁ ଖେଳିଥିଲେ । କିନ୍ତୁ ଆଇପିଏଲ୍‌ ୨୦୧୮ରେ ଦିଲ୍ଲୀ ଟିମ୍‌ରେ ଖେଳିଥିଲେ । ଏହାପରେ ଆଇପିଏଲରୁ ସନ୍ନ୍ୟାସ ନେବା ପରେ ମେଣ୍ଟର ଭାବେ ୨୦୨୨ରେ ଲକ୍ଷ୍ନୌ ସୁପରଜିଆଣ୍ଟସରେ ଯୋଗ ଦେଇଥିଲେ ।

ଗମ୍ଭୀର ଟ୍ଵିଟ୍‌ କରି ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମାଲିକଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି କୋଲକତା ନାଇଟ ରାଇଡର୍ସ ଟିମ୍‌ ଏକ ପ୍ରେସ ରିଲିଜ ଜାରି କରି ସୂଚନା ଦେଇଛି । ଗୌତମ ଗମ୍ଭୀର କେକେଆରରେ ମେଣ୍ଟର ଭାବେ ଫେରିଛନ୍ତି ଏବଂ ହେଡ କୋଚ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସହିତ ମିଶି ଟିମକୁ ଆଗକୁ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.