ଯାଜପୁର ରୋଡ ଉପକାରାଗାରରେ ବେକରେ ଗାମୁଛା ଲଗାଇ ବିଚାରାଧୀନ କଏଦୀର ଆତ୍ମହତ୍ୟା

ଯାଜପୁର ରୋଡ (କେ ନ୍ୟୁଜ) : ଯାଜପୁର ରୋଡ ଉପ କାରାଗାର ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ବିଚାରାଧୀନ କଏଦୀ l ଏକ ଚୋରି ଘଟଣାରେ ଚଳିତ ମାସ ୧୩ ତାରିଖରେ ଗିରଫ ହୋଇ ବିଚାରାଧିନ କଏଦୀ ଭାବେ ରଗଡି ଉପ କାରାଗାରର କ୍ୱାରେଣ୍ଟାଇନ ହଲ୍ ରେ ଥିଲେ ଏସକେ ହନିଫ ସେକ l ଗତକାଲି ସନ୍ଧ୍ୟାରେ ଉପକାରାଗାରର କ୍ୱାରେଣ୍ଟାଇନ ହଲ ପାଇଖାନା ଭିତରେ ଥିବା ସ୍କାଏ ଲାଇଟରେ ନିଜେ ବ୍ୟବହୃତ କରୁଥିବା ଗାମୁଛା ଲଗେଇ କଏଦୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ l

ଏହା ଜାଣିବା ପରେ ତୁରନ୍ତ ତାଙ୍କୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏ ନେଇ ଜେଲ କର୍ତ୍ତୁପକ୍ଷ କୋରେଇ ଥାନାରେ ଏତଲା ଦେଇଥିବା ବେଳେ ଏତଲା ଆଧାରରେ କୋରେଇ ପୋଲିସ 9/21 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ତେବେ କଏଦୀ ଜଣଙ୍କର ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ହୋଇଥିବା ଜେଲ କର୍ତ୍ତୁପକ୍ଷଙ୍କ ଠାରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.