ଆଜି ଶ୍ରୀମନ୍ଦିରରେ ଦଇତାପ୍ରବେଶ ନୀତି: ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ଯାଏ ହେବ ଅନୁଷ୍ଠିତ

ପୁରୀ: ଆଜି ଶ୍ରୀମନ୍ଦିରରେ ଦଇତାପ୍ରବେଶ ନୀତି। ରଥଯାତ୍ରାରେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରରେ ଦଇତାପ୍ରବେଶ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ମଙ୍ଗଳ ଆଳତି ପରେ ଦଇତାପତି ପ୍ରବେଶ ନୀତି ଅନୁଷ୍ଠିତ ହେବ। ପରେ ଚାରମାଳ ବନ୍ଧା ଓ ସେନାପଟା ଲାଗି ହେବ। ସନ୍ଧ୍ୟା ଆଳତି ପରେ କୋଠ ସୁଆଁସିଆଁମାନେ ସେନାପଟା ଲାଗି ପାଇଁ ରତ୍ନ ସିଂହାସନରେ ଚାରମାଳ ବାନ୍ଧିବେ।

ଏପଟେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀର ବିଭିନ୍ନ ସ୍ଥାନରେ ଜାରି ହୋଇଛି ୧୪୪ ଧାରା । ଜନସମାଗମକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏ ବଳବତ୍ତର ରହିବ । କେବଳ ଅନୁମତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କାହାରିକୁ ପୁରୀକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏହି ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳଭବତାରଣା ସାହୁ । ଆଦେଶର ଉଲ୍ଲଂଘନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.