ବର୍ଷା କାରଣରୁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚର ଚତୁର୍ଥ ଦିନ ବାତିଲ୍‌, ଷଷ୍ଠ ଦିନକୁ ମ୍ୟାଚ ଯିବା ନିଶ୍ଚିତ

ଇଂଲଣ୍ଡ: ବର୍ଷା କାରଣରୁ ଧୋଇଗଲା ଭାରତ-ନ୍ୟୁଜିଲାଣ୍ଡ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚର ଚତୁର୍ଥ ଦିନ ଖେଳ। ଫଳରେ ସଂରକ୍ଷିତ ଧାର୍ଯ୍ୟ ଥିବା ଷଷ୍ଠ ଦିନକୁ ମ୍ୟାଚ ଯିବା ନିଶ୍ଚିତ ହୋଇଛି। ସୋମବାର ମ୍ୟାଚ ଧୋଇଯିବା ପରେ ଏବେ ଫଳାଫଳ ବାହାରିବା ପାଇଁ ସର୍ବାଧିକ ୧୯୬ ଓଭର ରହିବ। କାରଣ ଅତିରିକ୍ତ ସମୟ ସହ ପରବର୍ତ୍ତୀ ଦୁଇ ଦିନ ସର୍ବାଧିକ ୯୮ ଓଭର ଲେଖାଏ ଖେଳାଯାଇପାରିବ। ଫଳାଫଳ ନ ବାହାରିଲେ ବିଶ୍ୱ କପ ଫାଇାଲ ଭଳି ନ୍ୟୁଜିଲାଣ୍ଡ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଜିତିବାର ସ୍ୱପ୍ନ ଅଧୁରା ରହିଯିବ।

ଅପେକ୍ଷାକୃତ ଭଲ ସ୍ଥିତିରେ ଥିବାରୁ ନ୍ୟୁଜିଲ୍ୟାଣ୍ଡ ଅଧିକ କଷ୍ଟ ପାଇବ। ଅନ୍ୟପଟେ ଅନେକ ପୂର୍ବତନ କ୍ରିକେଟ ଖେଳାଳି ଖୁସି ନାହାନ୍ତି । ଆଇସିସି ନିୟମରେ ସେମାନେ ଖପ୍ପା ହୋଇଛନ୍ତି । କିଛି ଦିନ ବ୍ୟବଧାନରେ ଆଉଥରେ ଖେଳ ହେଉ ବୋଲି କହିଛନ୍ତି ସୁନିଲ ଗାଭାସ୍କର । ସମସ୍ତେ ଚାହୁଁଥିଲେ ଗୋଟିଏ ଚାମ୍ପିୟନ ଦଳ । ଫୁଟବଲରେ ପେନାଲ୍ଟି ସୁଟ୍‌ ରହିଛି । ଯାହା ଫଳରେ ଗୋଟିଏ ଟିମ୍‌ ବିଜୟୀ ହୋଇଥାଏ । ସେହିଭଳି ଟେନିସରେ ଟାଏ-ବ୍ରେକର ରହିଛି । ତେଣୁ ଫାଇନାଲ ମ୍ୟାଚରେ ଏଭଳି କିଛି ନୂଆ ନିୟମ ଆଣୁ ଆଇସିସି । ଦୁଇ ଦେଶ ଇଂଲଣ୍ଡରେ ଅଛନ୍ତି । ତିନି ଚାରି ପରେ ମ୍ୟାଚ ହେଲେ ଫଳାଫଳ ଆସିବ । ଗୋଟିଏ ଦଳ ଚାମ୍ପିୟନ ହେବ ବୋଲି କହିଛନ୍ତି ଗାଭାସ୍କର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.