ବଣାଇ: ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ସ୍ୱତନ୍ତ୍ର କାରାଗାରେ ୨୦୨୦ ମସିହାରେ ହତ୍ୟା ମାମଲାରେ ଆସିଥିବା ବିଚାରାଧୀନ କଏଦୀ ଶୁକ୍ରାମ ମୁଣ୍ଡାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର କେବଲାଙ୍ଗ ଥାନାର ଲଙ୍ଗଳକଟା ଅଞ୍ଚଳର।

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ସ୍ୱତନ୍ତ୍ର କାରାଗାରେ ୨୦୨୦ ମସିହାରେ ହତ୍ୟା ମାମଲାରେ ଆସିଥିବା ବିଚାରାଧୀନ କଏଦୀ ଶୁକ୍ରାମ ମୁଣ୍ଡାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର କେବଲାଙ୍ଗ ଥାନାର ଲଙ୍ଗଳକଟା ଅଞ୍ଚଳର।

ସୂଚନା ଅନୁଯାୟୀ ଆଜି ସକାଳେ ଶୁକ୍ରାମ ମୁଣ୍ଡା ଚୁଟି କାଟିବା ପରେ ଖାଦ୍ୟ ଖାଇଥିଲେ କିନ୍ତୁ ହଠାତ ଟଳିପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ହାପରେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ଗୃହକୁ ପଠାଯାଇଛି। ବଣାଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.