ବସ ଧର୍ମଘଟକୁ ସ୍ଥଗିତ ରଖିଲା ଘରୋଇ ବସ ମାଲିକ ସଂଘ, ସରକାର ଜୁଲାଇରେ ନଶୁଣିଲେ ଅଗଷ୍ଟରେ ପୁଣି ହେବ ଧର୍ମଘଟ

କେନ୍ୟୁଜ୍(ବ୍ୟୁରୋ):  ବସ ଧର୍ମଘଟ ସ୍ଥଗିତ। ଜୁଲାଇ ୧ରେ ହେବାକୁ ଥିବା ବସ ମାଲିକଙ୍କ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଲା ବସ ମାଲିକ ସଙ୍ଘ। ନିଷ୍ପତ୍ତି କ୍ରମେ  ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଲା ସଙ୍ଘ। ରାଜ୍ୟ ସରକାରଙ୍କ ପାଖରେ ପୂର୍ବରୁ ଦିଆଯାଇଥିବା ଦାବୀଗୁଡିକ ପୂରଣ କରିବାକୁ ଦାବୀ କରାଯାଇଛି।

  ଜୁଲାଇ ମାସ ସୁଦ୍ଧା ଦାବି ପୂରଣ ନ ହୁଏ ତେବେ ଅଗଷ୍ଟ ମାସରେ ପୁଣି ଧର୍ମଘଟ କୁ ଓଲ୍ହାଇବକୁ ବସ ମାଲିକ ସଙ୍ଘ ଚେତାବନୀ ଦେଇଛି। ରଥଯାତ୍ରାକୁ ଆଖିଆଗରେ ରଖି ଏଭଳି ନିଷ୍ପତି ନିଆଯାଇଛି। ପରିବହନ ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ବିଭାଗୀୟ ମନ୍ତ୍ରୀ ଧର୍ମଘଟ କୁ ସ୍ଥଗିତ ରଖିବାକୁ ସଙ୍ଘକୁ ପୂର୍ବରୁ ଅପିଲ ମଧ୍ୟ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.