ସେପ୍ଟେମ୍ବର ୫ ତାରିଖ ପୂର୍ବରୁ ଓଡିଆ ବିଶ୍ଵ ବିଦ୍ୟାଳୟର ପ୍ରଥମ କୁଳପତି ଦାୟିତ୍ବ ନେବେ ପ୍ରଫେସର ସବିତା ପ୍ରଧାନ

ଏବେ ପ୍ରଫେସର ସବିତା ପ୍ରଧାନ ଶାନ୍ତିନିକେତନ ବିଶ୍ଵଭାରତୀ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଛନ୍ତି । ଶାନ୍ତିନିକେତନରେ ଏକ ସାକ୍ଷାତକାରରେ ପ୍ରଫେସର ପ୍ରଧାନ କହିଛନ୍ତି ଓଡ଼ିଆ ଭାଷାକୁ ଜ୍ଞାନର ଭାଷା ଭାବେ ଅଭିହିତ କରିବାକୁ ହେବ।

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସତ୍ୟବାଦୀ ସ୍ଥିତ ଓଡିଆ ବିଶ୍ଵ ବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ସବିତା ପ୍ରଧାନ। ସେପ୍ଟେମ୍ବର ପାଞ୍ଚ ତାରିଖ ପୂର୍ବରୁ ସେ କୁଳପତି ଦାୟିତ୍ଵ ଗ୍ରହଣ କରିବେ ବୋଲି ଜଣାପଡିଛି। ଏବେ ସେ ଶାନ୍ତିନିକେତନ ବିଶ୍ଵଭାରତୀ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଛନ୍ତି । ଶାନ୍ତିନିକେତନରେ ଏକ ସାକ୍ଷାତକାରରେ ପ୍ରଫେସର ପ୍ରଧାନ କହିଛନ୍ତି ଓଡ଼ିଆ ଭାଷାକୁ ଜ୍ଞାନର ଭାଷା ଭାବେ ଅଭିହିତ କରିବାକୁ ହେବ।

ଯାହାଦ୍ଵାରା ବିଭିନ୍ନ ବିଭାଗ ର ପାଠପଢା ଓଡ଼ିଆରେ କରା ଯାଇ ପାରିବ। ଯେଉଁ ଲକ୍ଷ୍ୟରେ ଓଡ଼ିଶା ସରକାର ଓଡ଼ିଆ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ତାହା ପରିପୂର୍ଣ୍ଣତା ପାଇଁ ପଦକ୍ଷେପ ଗ୍ରହଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.