ଆରମ୍ଭ ହେଲା ଝୁଲଣ ଯାତ୍ରା, ଝୁଲଣରେ ଝୁଲି ପ୍ରଭୁ ମଦନମୋହନ ରାଧାରାଣୀଙ୍କ ସହ କରିବେ ରାସଲୀଳା

ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବର୍ଷକାଳୀନ ରାହାସ ଉତ୍ସବ ବା ଝୁଲଣ ଯାତ୍ରା। ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି।ସୁସଜ୍ଜିତ ଝୁଲଣ କୁଞ୍ଜରେ ଶ୍ରୀରାଧାକୃଷ୍ଣ ଭକ୍ତଙ୍କ ଗହଣରେ ଝୁଲୁଛନ୍ତି। ଏଥିପାଇଁ ଉତ୍ସବ ମୁଖରିତ ହୋଇଛି ଶ୍ରୀକ୍ଷେତ୍ର ଧାମ ।

ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବର୍ଷକାଳୀନ ରାହାସ ଉତ୍ସବ ବା ଝୁଲଣ ଯାତ୍ରା। ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି।ସୁସଜ୍ଜିତ ଝୁଲଣ କୁଞ୍ଜରେ ଶ୍ରୀରାଧାକୃଷ୍ଣ ଭକ୍ତଙ୍କ ଗହଣରେ ଝୁଲୁଛନ୍ତି। ଏଥିପାଇଁ ଉତ୍ସବ ମୁଖରିତ ହୋଇଛି ଶ୍ରୀକ୍ଷେତ୍ର ଧାମ ।

ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରାର ମାହୋଲ। ପ୍ରତିଦିନ ଶ୍ରୀମନ୍ଦିରରେ ସଂଧ୍ୟାଆଳତୀ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁମଦନମୋହନ,ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲଣକୁଞ୍ଜରେ ବିରାଜମାନ କରିବେ । ମୁକ୍ତିମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣକୁଞ୍ଜରେ ପ୍ରଭୁ ମଦନମୋହନ ରାସ କରିବେ | କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀମନ୍ଦିର ସହ ଜଡିତଥିବା ମଠମନ୍ଦିର ତଥା ପୁରୀର ବିଭିନ୍ନ ଘରେ ମଧ୍ୟ ଏହି ଝୁଲଣ ଦେଖିବାକୁ ମିଳିଥାଏ | ପ୍ରାୟତଃ ଏକ ମାସ ପୂର୍ବରୁ କାରିଗର ମାନେ ଶୁଦ୍ଧପୂତ ଭାବେ ଏହି ଝୁଲଣ ନିର୍ମାଣରେ ଲାଗିଥାନ୍ତି | କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ଜରି, ଜମ୍ବୁରା, ସୋଲ, ରଙ୍ଗ ଓ ନୂଆକନା ବ୍ୟବହାର କରାଯାଇଥାଏ | ଏହି କୁଞ୍ଜରେ କେବଳ ଦେବା ଦେବୀ ନୁହନ୍ତି ସଖୀ, ପଶୁ, ପକ୍ଷୀ ତଥା ବିଭିନ୍ନ ଗଛଲତା ସହ ସୁବାସିତ ଫୁଲ ସହ ଫଳମୂଳ କୁ ମଧ୍ୟ ସ୍ଥାନ ଦିଆଯାଇଥାଏ | ଯାହାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଥାଏ।

ଅନ୍ୟାନ୍ୟ ମଠରେ ସ୍ୱତନ୍ତ୍ର ଶୈଳୀରେ ଚାଳି ତିଆରି ହୋଇ ପଛପାର୍ଶ୍ୱରେ ଝୁଲଣ କୁଞ୍ଜ ତିଆରି ହୋଇଛି।ମେଢଫୁଲ,ଜରି ଜମ୍ବୁରା ଓ ସୋଲର ଆକର୍ଷଣୀୟ କାରୁକାର୍ଯ୍ୟ,ଶୁଆସାରୀ,ବଣିପାରା,ଗୁଣ୍ଡୁଚିମୂଷା,ମାଙ୍କଡ଼ ସହ ବିଭିନ୍ନ ବନ୍ୟପ୍ରାଣୀ ଝୁଲଣ କୁଞ୍ଜରେ ଖଞ୍ଜାଯାଇଛନ୍ତି।।ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରାର ସ୍ୱତନ୍ତ୍ରତା ଥିବାବେବେଳ ଶ୍ରୀମନ୍ଦିର ଭିତରେ ଝୁଲଣ ପାଇଁ ଭକ୍ତଙ୍କ ଭିଡ ଲାଗିବ ।ଶ୍ରୀଜଗନ୍ନାଥ ବା ମାଧବ ଭକ୍ତ ପ୍ରିୟ।ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାର ମାସରେ ତେର ଯାତ ଅନୁଷ୍ଠିତ ହୋଇଥାଏ। ତନ୍ମଧ୍ୟରୁ ଝୁଲଣଯାତ୍ରା ଅନ୍ୟତମ। ଶ୍ରାବଣ ଶୁକ୍ଳ ଦଶମୀ ତିଥିରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠବାଡି ଓ ଘରେ ମଧ୍ୟ ଝୁଲଣଯାତ୍ରା ଆରମ୍ଭ ହୋଇଛି। ଭାଦ୍ରବ କୃଷ୍ନପକ୍ଷ ପ୍ରତିପଦା ତିଥି ପର୍ଯ୍ୟନ୍ତ ଏହି ଯାତ୍ରା ଚାଲୁ ରହିବ। ଦ୍ଵାପର ଯୁଗର ପ୍ରଭୁ ଶ୍ରୀକୃଷ୍ଣ ଓ ରାଧାରାଣୀ ଝୁଲଣ କୁଞ୍ଜର ରାସଲୀଳାକୁ ସ୍ମରଣ କରି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଏହି ମହାନ ପରମ୍ପରା କାହିଁ କେଉଁ ବର୍ଷରୁ ଚାଲିଆସୁଛି।

Leave A Reply

Your email address will not be published.