ଭିଜିଲାନ୍ସରେ ଚାକିରି କରି ମାଗିଥିଲେ ଲାଞ୍ଚ, ନିଲମ୍ବିତ ହେଲେ ମହିଳା କନଷ୍ଟେବଳ
କେନ୍ଦୁଝର ଜିଲ୍ଲା ଭିଜିଲାନ୍ସ ବିଭାଗର ମହିଳା କନଷ୍ଟେବଲ ସାଗରିକା ବାରିକ ମାମଲାର ଦଫାରଫା କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ମାଗୁଥିବାରୁ ଅଡିଓ ଭାଇରାଲ ହୋଇଥିଲା। ଅଡିଓରୁ ସାଗରିକାଙ୍କ ସ୍ବର ସ୍ପଷ୍ଟ ହେବା ପରେ ତାଙ୍କୁ ପ୍ରଥମେ ବାଲେଶ୍ବର ଭିଜିଲାନ୍ସ ହେଡକ୍ବାର୍ଟରକୁ ବଦଳି କରାଯାଇଥିଲା।

କେନ୍ଦୁଝର(କେନ୍ୟୁଜ୍): ଲାଞ୍ଚ ମାଗି ନିଲମ୍ବିତ ହେଲେ ଭିଜିଲାନ୍ସ ମହିଳା କନଷ୍ଟେବଳ। କେନ୍ଦୁଝର ଜିଲ୍ଲା ଭିଜିଲାନ୍ସ ବିଭାଗର ମହିଳା କନଷ୍ଟେବଲ ସାଗରିକା ବାରିକ ମାମଲାର ଦଫାରଫା କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ମାଗୁଥିବାରୁ ଅଡିଓ ଭାଇରାଲ ହୋଇଥିଲା। ଅଡିଓରୁ ସାଗରିକାଙ୍କ ସ୍ବର ସ୍ପଷ୍ଟ ହେବା ପରେ ତାଙ୍କୁ ପ୍ରଥମେ ବାଲେଶ୍ବର ଭିଜିଲାନ୍ସ ହେଡକ୍ବାର୍ଟରକୁ ବଦଳି କରାଯାଇଥିଲା।
ଅଧିକ ତଦନ୍ତ ପରେ ତାଙ୍କୁ ନିଲମ୍ବନ କରାଯାଇଥିବା ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି। ଏହା ସହ ଭାଇରାଲ ଅଡିଓରେ ମହିଳା କନଷ୍ଟେବଳ ଯେଉଁମାନଙ୍କ ନାଁ ନେଇଛନ୍ତି ସେସଂପର୍କରେ ମଧ୍ୟ ତଦନ୍ତ ହେବ ବୋଲି ସେ କହିଛନ୍ତି। କେନ୍ଦୁଝର ଜିଲ୍ଲାରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କ ମାମଲାକୁ ଦଫାରଫା କରିବାକୁ ଓ କେସ ଦୁର୍ବଳ କରିବାକୁ ମହିଳା କନଷ୍ଟେବଳ ଲାଞ୍ଚ ମାଗୁଥିବାର ଅଡିଓ ବିବାଦକୁ ଆସିଥିଲା।