ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପାଇବେ କାଦମ୍ବିନୀ ସମ୍ମାନ

କେନ୍ୟୁଜ୍(ବ୍ୟୁରୋ):ସମ୍ମାନଜନକ କାଦମ୍ବିନୀ ସମ୍ମାନ ପାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଏହାସହ ବିଶିଷ୍ଟ ସମାଜସେବୀ ତଥା ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ନିରଞ୍ଜନ ରଥ ଏବଂ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ କାଦମ୍ବିନୀ ସମ୍ମାନ। ଆସନ୍ତା ଜୁଲାଇ ୨ ତାରିଖରେ ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ତ୍ରୟୋବିଂଶ ଏବଂ ଶିଶୁ କିଶୋର ପତ୍ରିକା କୁନି କଥାର ଦ୍ୱାଦଶ ସ୍ୱନକ୍ଷତ୍ର ଉତ୍ସବ ପାଳନ କରାଯିବ। ଏହି ଅବସରରେ କୋଭିଡ୍‌ କଟକଣା କାରଣରୁ ଗତ ଦୁଇ ବର୍ଷ ହେଲା ପ୍ରଦାନ କରାଯାଇ ପାରିନଥିବା ମର୍ଯ୍ୟାଦାଜନକ କାଦମ୍ବିନୀ ସମ୍ମାନ ସହ କାଦମ୍ବିନୀର ବିଭିନ୍ନ ବିଭାଗର ସମ୍ମାନ ଓ ପୁରସ୍କାର ଘୋଷଣା କରାଯାଇଛି।

୨୦୨୨ ବର୍ଷ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ୨୦୨୧ ପାଇଁ ନିରଞ୍ଜନ ରଥ ଏବଂ ୨୦୨୦ ପାଇଁ ପ୍ରଣବ ପଟ୍ଟନାୟକଙ୍କୁ କାଦମ୍ବିନୀ ସମ୍ମାନ ପ୍ରଦାନ କରାଯିବ।

ଏହାସହ ତିନି ଜଣଙ୍କୁ କାଦମ୍ବିନୀ ଗଳ୍ପ ସମ୍ମାନ, ୩ ଜଣଙ୍କୁ କାଦମ୍ବିନୀ କବିତା ସମ୍ମାନ ଏବଂ ୪ ଜଣଙ୍କୁ କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ପ୍ରଦାନ କରାଯିବ। ଆସନ୍ତା ୨ ତାରିଖରେ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ ସ୍ୱନକ୍ଷତ୍ର ଉତ୍ସବ। ଏହି ଅବସରରେ କାଦମ୍ବିନୀ ଓ କୁନିକଥାର ଜୁଲାଇ ସଂଖ୍ୟାର ଶୁଭ ଉନ୍ମୋଚନ ଏବଂ କାଦମ୍ବିନୀ ସାହିତ୍ୟ ଏକାଡେମୀର ଶୁଭାରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.