ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ, ପ୍ରେମିକ ପାଇଁ ଚିଠିରେ ଲେଖିଥିଲେ ନିଜର ଦୁଃଖ

କଟକ(କେନ୍ୟୁଜ୍):  ପ୍ରେମିକ ପାଇଁ ପ୍ରେମିକାର ଚରମ ନିଷ୍ପତ୍ତି, ମହାନଦୀକୁ ଡେଇଁ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ ।  ଘଟଣା ଘଟିଛି ଆଠଗଡ଼ ମଣ୍ଡଳୀ ସେତୁ ନିକଟରେ।  ଘଟଣା ସ୍ଥଳରେ ମଣ୍ଡଳୀ ଅଞ୍ଚଳ ର କିଛି ଯୁବକ ଡଙ୍ଗା ସାହାଯ୍ୟର ଯୁବତୀ ଜଣଙ୍କୁ ଉଦ୍ଧାର କରି କଟକ ମେଡ଼ିକାଲ୍ ପଠାଇଥିବା ଜଣା ପଡ଼ିଛି।

ଯୁବତୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ପର୍ବରୁ ଏକ ଚିଠି ସେତୁ ଉପରେ ରଖି ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ରହିଛି, ଏହି ଚିଠିରେ ଜଣେ ଯୁବକଙ୍କୁ ସେ ଭଲ ପାଉଥିବା କଥା ଉଲ୍ଲେଖ ରହିଛି। ଯାହାଙ୍କୁ ସେ ଗୁଗୁଲୁ ବୋଲି ଡାକନ୍ତି। ଚିଠିରେ ଲେଖିଛନ୍ତି, ଗୁଗୁଲୁ ତମେ ଚାହିଁଥିଲେ ମୋତେ ଶେଷ ଥର ପାଇଁ ବଞ୍ଚାଇ ପାରିଥାନ୍ତ। କିନ୍ତୁ ତମେ ବି ମୋତେ ମରିବା ପାଇଁ ଛାଡିଦେଲ। ଶେଷ ଥର ପାଇଁ ମୋତେ ଦେଖିବାକୁ ଆସିବ। ମୁଁ ତ ନଥିବି  ମୋ ଡେଡ୍ ବଡ଼ିକୁ ହଗ୍ କରି ମୋତେ ଆଇ ଲଭ୍ ୟୁ ବୋଲି କହିବ । ଚିଠିରେ ନିଜ ମନର ଅନେକ ଦୁଃଖକୁ ଲେଖିଛନ୍ତି ଯୁବତୀ ଜଣକ ।

ଯୁବତୀ ଜଣଙ୍କ ଘର ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ସେ ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣାପଡିଛି। ପ୍ରେମରେ ପ୍ରତାରଣା ପାଇବା ପରେ ଏଭଳି କାଣ୍ଡ ଘଟାଇ ଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.