ଜିନ୍ଦଲ ଭକ୍ତି ବେଦାନ୍ତ ଲାଇବ୍ରେରୀ ଓ ଷ୍ଟଡି ସେଣ୍ଟର ଉଦ୍‌ଘାଟିତ, ମେଧାବୀ ଛାତ୍ରମାନେ ଅନୁକୂଳ ପରିବେଶରେ ପାଠ ପଢିବେ

ଭୁବନେଶ୍ବର (କେନ୍ୟୁଜ୍):  jindal bhakti vedanta library & study center ଉଦଘାଟିତ । ଭୁବନେଶ୍ୱର ନୟାପଲ୍ଲୀ ସ୍ୱପ୍ନେଶ୍ଵର ମନ୍ଦିର ନିକଟରେ ରହିଛି ଏହି ଲାଇବ୍ରେରୀ । ଇସ୍କନ ୟୁଥ୍‌ ଫୋରମ୍‌ ଏବଂ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ଵାର ଫାଉଣ୍ଡେସନ ମିଳିତଭାବେ ଏହି ଲାଇବ୍ରେରୀ କରିଛନ୍ତି । ଏହାକୁ ଉଦଘାଟନ କରିଛନ୍ତି ଭୂବନେଶ୍ୱର ମେୟର ସୁଲୋଚନା ଦାସ । ଗରିବ ଓ ମେଧାବୀ ଛାତ୍ରମାନଙ୍କୁ ଅନୁକୂଳ ପରିବେଶରେ ପାଠ ପଢିବାକୁ ସୁବିଧା ଯୋଗାଇଦେବା ଏହି ଷ୍ଟଡି ସେଣ୍ଟରର ଉଦ୍ଦେଶ୍ୟ ।

jindal

ଏଠି ଛାତ୍ରମାନଙ୍କୁ journal, magazines, newspaper, ପଢିବା ସହ ସେମାନଙ୍କ personality development counselling, spiritual mentorଙ୍କ ଦ୍ଵାରା ଛାତ୍ରଛାତ୍ରୀ ଶିକ୍ଷା ପ୍ରଦାନ କରାଯିବ । ପାଠପଢିବା ସହ ପିଲାମାନଙ୍କ ଖାଇବା ପାଇଁ କ୍ୟାଣ୍ଟିନ ସୁବିଧା ମଧ୍ୟ ରହିଛି । ପ୍ରତ୍ୟେକ ରବିବାର ଛାତ୍ରମାନଙ୍କ ସହ ବାହାର ଲୋକଙ୍କୁ ମଧ୍ୟ ମାଗଣାରେ ପ୍ରସାଦ ପ୍ରଦାନ କରାଯିବ । ଏହି ଅବସରରେ ଇସ୍କନର ବହୁ ଶ୍ରୀକୃଷ୍ଣ ଭକ୍ତ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.