ଭିଜିଲାନ୍ସ ଜାଲରେ ପ୍ରକଳ୍ପ ସହାୟକ, ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର(କେନ୍ୟୁଜ୍‌): ଭିଜିଲାନ୍ସ ଜାଲରେ ପ୍ରକଳ୍ପ ସହାୟକ । ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପ୍ରଜେକ୍ଟ ଇମ୍ପ୍ଲିମେଣ୍ଟିଂ ଏଜେନ୍‌ସୀ-PIA ଅଫିସ୍‌ର ସହାୟକ ନଗେନ୍ଦ୍ର ନାଥ ସ୍ୱାଇଁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ଡୁପି ଓ ଏଡିପଦର ଗାଁର ୪ ଜଣ ହିତାଧିକାରୀଙ୍କ ଫାର୍ମ ପୋଖରୀ ବିଲ୍‌ କରାଇ ଦେବାକୁ ସେ ଏହି ଲାଞ୍ଚ ନେଉଥିଲେ । କୁତାମଗଡ଼ା ନିକଟରେ ଟଙ୍କା ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ । ନଗେନ୍ଦ୍ର ନାଥ ସ୍ୱାଇଁଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନରେ ଏକ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.