Below header

ସାଇନାଥ ବସ୍ତି ଭଙ୍ଗା ଅଭିଯାନକୁ ବିରୋଧ, ଡିସିପିଙ୍କୁ ଜଣାଇଲେ ବସ୍ତି ବାସିନ୍ଦା

ଭୁବନେଶ୍ୱର : ସାଇନାଥ ବସ୍ତି ଭଙ୍ଗା ଅଭିଯାନ ବନ୍ଦ ରଖିବାକୁ ନିବେଦନ। ଅଭିଯୋଗ ଅନୁସାରେ କୌଣସି ଲିଖିତ ନୋଟିସ ନଦେଇ ବସ୍ତି ଉଚ୍ଛେଦ ପୂର୍ବରୁ ବିକଳ୍ପ ଥଇଥାନ ବ୍ୟବସ୍ଥା ନକରି ବସ୍ତିଭଙ୍ଗା ଅଭିଯାନରେ ପୋଲିସ ସହଯୋଗ ନକରିବାକୁ ନିବେଦନ କଲେ ବସ୍ତି ବାସିନ୍ଦା । ସାଇନାଥ ବସ୍ତି କମିଟି ପକ୍ଷରୁ ଗତକାଲି ରାତିରେ ଡିସିପିଙ୍କୁ ଏ ନେଇ ସ୍ୱତନ୍ତ୍ର ନିବେଦନ କରାଯାଇଛି ।

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୯ ଅନ୍ତର୍ଗତ ସାଇନାଥ ବସ୍ତିର ଶତାଧିକ ଗରିବ ଶ୍ରମଜୀବୀ ପରିବାର ପକ୍ଷରୁ ଏ ନେଇ ଦୃଷ୍ଟି ଆକର୍ଷଣ କରାଯାଇଛି । ଗତ ୧୨ ତାରିଖ ଦିନ ବସ୍ତି ଭାଙ୍ଗିବା ପାଇଁ ବିଡିଏ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ ପକ୍ଷରୁ ଜଣାଇ ଦିଆଯାଇଥିଲା । ଆଜି ବସ୍ତି ଭଙ୍ଗାଯିବା ପାଇଁ ଘୋଷଣା କରାଯାଇଥିଲା । ତେଣୁ ଏହାକୁ ବନ୍ଦ କରିବା ପାଇଁ ସେମାନେ ଡିସିପିଙ୍କୁ ନିବେଦନ କରିଛନ୍ତି । ଏହା ସହିତ ବସ୍ତି ବାସିନ୍ଦା ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.