ପିକନିକ ଯିବା ବାଟରେ ଘଟିଲା ଦୁର୍ଘଟଣା, ଡ୍ରାଇଭର ସମେତ ୧୧ ମୃତ

କର୍ଣ୍ଣାଟକ(କେ ନ୍ୟୁଜ): ଆଜି ସକାଳେ କର୍ଣ୍ଣାଟକରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣାରେ ଏଯାବତ ୧୧ ଜଣ ପ୍ରାଣ ହରାଇଥିବା ନେଇ ରିପୋର୍ଟ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କର୍ଣ୍ଣାଟକର ଧରୱାଡ ଜିଲ୍ଲାର ଇଟିଗାଟ୍ଟି ଗାଁ ନିକଟରେ ଗୋଟିଏ ଟେମ୍ପୋ ଟ୍ରାଭେଲର ସାମ୍ନା ପଟୁ ଆସୁଥିବା ଟିପ୍ପର ଟ୍ରକ୍‌କୁ ଧକ୍କା ଦେଇଥିଲା । ଟେମ୍ପୋରେ ଗୋଆ ଛୁଟି କାଟିବାକୁ ଯାଉଥିବା ଏକ ମହିଳା କ୍ଲବର ୧୦ ଜଣ ସଦସ୍ୟଙ୍କ ସମେତ ଟିପ୍ପର ଟ୍ରକ୍‌ ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ଜଣାପଡିବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଦେଇଛନ୍ତି ।

ପ୍ରାଥମିକ ତଦନ୍ତରୁ ଜଣାଯାଇଛିଯେ ଟେମ୍ପୋ ଟ୍ରାଭେଲରରେ ଦାଭାନଗେରେରେ ଥିବା ମହିଳା କ୍ଲବର ସଦସ୍ୟମାନେ ଛୁଟି କାଟିବାକୁ ଗୋଆ ଯାଉଥିଲେ । ଯିବା ରାସ୍ତାରେ ହଠାତ୍‌ ସେମାନଙ୍କ ଗାଡ଼ି ଇଟିଗାଟ୍ଟି ନିକଟରେ ସାମ୍ନା ପଟୁ ଆସୁଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ କ୍ଲକର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଧକ୍କାରେ ଯେ ଦୁଇଟି ଯାକ ଗାଡ଼ି ବି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.