ସଂସଦ ଭବନରେ ନୃତ୍ୟ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ଠାରୁ ପ୍ରଶଂସା ସାଉଁଟିଲେ ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀ

ଦିବ୍ୟାଙ୍ଗ ହେଲେ ବି ସେମାନେ ସକ୍ଷମ। ସେମାନଙ୍କ ଭିତରେ ଭରି ରହିଛି ପ୍ରତିଭା। ସେହିଭଳି ଦୁଇ ପ୍ରତିଭା ହେଲେ ଯାଜପୁର ଜିଲ୍ଲା ଝାଲପଡା ଗ୍ରାମର ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀ ସତ୍ୟବ୍ରତ ଓ ସାଗରିକା। ନିକଟରେ ସଂସଦ ଭବନରେ ନୃତ୍ୟ ପ୍ରଦର୍ଶନ କରି ପ୍ରଶଂସା ସାଉଁଟି ଗାଁକୁ ଫେରିଛନ୍ତି ଏହି ଭାଇଭଉଣୀ।

ଗତ ୨୩ ତାରିଖରେ ସଂସଦ ପାଠାଗାର ଗ୍ରୁହରେ ଆୟୋଜିତ ହୋଇଥିଲା ଦିବ୍ୟ କଳାଶକ୍ତି କାର୍ଯ୍ୟକ୍ରମ। ଦିବ୍ୟାଙ୍ଗମାନଙ୍କ ଭିତରେ ଭରି ରହିଥିବା ଦକ୍ଷତାର ପରିପ୍ରକାଶ ଓ ନିଦର୍ଶନ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏଥିରେ ଦୁଇ ଭାଇ ଭଉଣୀ ଅଂଶଗ୍ରହଣ କରିଥିଲେ।

danceରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦଙ୍କ ଉପସ୍ଥିତିରେ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ଯାଜପୁର ଜିଲ୍ଲା ଝାଲପଡା ଗ୍ରାମର ଅତ୍ୟନ୍ତ ଗରିବ ପରିବାରର ଦିବ୍ୟାଙ୍ଗ ଭାଇ ଭଉଣୀ ସତ୍ୟବ୍ରତ ସାହୁ ଓ ସାଗରିକା ସାହୁ। ତାଙ୍କର ଏହି ଚିତ୍ତାକର୍ଶକ ନୃତ୍ୟ ପାଇଁ ତାଙ୍କୁ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ପୁରଷ୍କ୍ରୁତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.