ବୋରିଂରୁ ମୋଟର ଚୋରି କରିଥିବା ଅଭିଯୋଗରେ ୩ଯୁବକଙ୍କୁ ଦଣ୍ଡ, ଦୀର୍ଘ ସମୟ ଧରି ଗଛରେ ବାନ୍ଧି ରଖିଲେ ଗ୍ରାମବାସୀ

ବାରିପଦା: ଚୋରି ଅଭିଯୋଗରେ ୩ଯୁବକଙ୍କୁ ଦଣ୍ଡ । ମୟୂରଭଞ୍ଜ ମୋରଡା ଥାନା ଚିକିଟାମାଟିଆ ଅଞ୍ଚଳର ଘଟଣା । ବୋରିଂରୁ ମୋଟର ଚୋରି କରିଥିବା ଅଭିଯୋଗରେ ୩ଜଣ ଯୁବକଙ୍କୁ ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଏକ ଗଛରେ ବାନ୍ଧି ଦଣ୍ଡ ଦେଇଛନ୍ତି ଗ୍ରାମବାସୀ । ଯାହର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗାଁର କାର୍ତ୍ତିକ ହେମ୍ବ୍ରମଙ୍କ ଘରୁ ଏହି ୩ଜଣ ଯୁବକ ମୋଟର ଚୋରି କରି ବିକି ଦେବାକୁ ଉଦ୍ୟମ କରିଥିଲେ ।ଲ ସମ୍ପର୍କରେ ଜଣାପଡିବା ପରେ କାର୍ତ୍ତିକ ଓ ଗ୍ରାମବାସୀ ଅଭିଯୁକ୍ତଙ୍କୁ ଧରି ଦଣ୍ଡ ଦେଇଥିଲେ । ତେବେ କାର୍ତ୍ତିକ ଜଣେ ସରକାରୀ କର୍ମଚାରୀ ହୋଇ ଆଇନକୁ ହାତକୁ ନେବା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.