ଅଜବ ଘଟଣା: ନିଜର ହିଁ ସନ୍ତାନ ସହିତ ବିବାହ କରିବାକୁ ବାତୁଳ ହେଲେ ବ୍ୟକ୍ତି, କୋର୍ଟଙ୍କ ଦ୍ୱାରସ୍ଥ ହୋଇ କହିଲେ, ‘ମୋତେ ପ୍ରେମ ହୋଇଯାଇଛି’

କୁହାଯାଏ, ବିବାହ ଦୁଇଟି ହୃଦୟର ମିଳନ। ଯେତେବେଳେ ଦୁଇଜଣ ପରସ୍ପର ସହ ଜୀବନ ବିତାଇବା ପାଇଁ ସହମତ ହୋଇଯାଆନ୍ତି, ତ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି। ଆମ ଦେଶ ଭାରତରେ ବିବାହ କେବଳ ଦୁଇ ଲୋକଙ୍କୁ ନେଇ ହୋଇ ନ ଥାଏ, ବରଂ ଏଥିରେ ଯୋଡ଼ି ହୋଇଯାଆନ୍ତି ଦୁଇଟି ପରିବାରର ସଦସ୍ୟ। ଏଠି ବିବାହ ପୂର୍ବରୁ ଖାସ୍‌ କରି ପରିବାର ଲୋକଙ୍କଠାରୁ ଅନୁମତି ଲୋଡ଼ାଯାଇଥାଏ। ସେମାନଙ୍କର ପୂର୍ଣ୍ଣ ସହଯୋଗରେ ହିଁ ବିବାହ ଅନୁଷ୍ଠିତ ହୋଇଥାଏ।

ତେବେ ବିଦେଶରେ କେବଳ ପୁଅ, ଝିଅ ପରସ୍ପରର ବୁଝାମଣା ଦେଖି ବିବାହ କରିବାକୁ ନିଷ୍ପତ୍ତି ନେଇଥାଆନ୍ତି। କିନ୍ତୁ ନିକଟରେ ଆମେରିକାର ନ୍ୟୁୟର୍କ କୋର୍ଟରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜର ହିଁ ସନ୍ତାନ ସହିତ ବିବାହ କରିବା ପାଇଁ ଅନୁମତି ମାଗିଛନ୍ତି। ଏହି ଅପିଲ୍‌ ଏବେ ଭାଇରାଲ ହେଉଛି।

ଅପିଲରେ ବ୍ୟକ୍ତି ଜଣକ ଲେଖିଛନ୍ତି, ‘ତାଙ୍କୁ ନିଜ ସନ୍ତାନ ସହ ପ୍ରେମ ହୋଇଯାଇଛି। ସେ ନିଜ ସନ୍ତାନକୁ ହିଁ ପ୍ରପୋଜ କରିବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କୁ ଡର ରହିଛି କି, ସମାଜ ଏହାକୁ ବିରୋଧ କରିବ। ସେ ଚାହୁଁଛନ୍ତି, ନିଜ ସନ୍ତାନ ସହିତ ତାଙ୍କର ବିବାହ ପାଇଁ କୋର୍ଟଙ୍କଠାରୁ ଅନୁମତି ମିଳିଯାଉ, ଯେପରି ଭବିଷ୍ୟତରେ କୌଣସି ବି ପ୍ରକାର ଅସୁବିଧା ନ ହେବ।

କୋର୍ଟରେ ଦାଖଲ କରାଯାଇଥିବା ଅପିଲରେ ଅପିଲକର୍ତ୍ତା ନିଜର ଏବଂ ନିଜ ସନ୍ତାର ପରିଚୟ ଲୁଚାଇଛନ୍ତି। ଦୁଇଜଣଙ୍କ ଜେଣ୍ଡରର ମଧ୍ୟ ଖୁଲାସା କରାଯାଇ ନାହିଁ। ଏହି ପିଟିସନ ମ୍ୟାନହାଟନର ଫେଡେରାଲ କୋର୍ଟରେ ଦାଖଲ କରାଯାଇଛି।

ମିଳିପାରେ ୪ ବର୍ଷ କାରାଦଣ୍ଡ

ଅପିଲରେ ବ୍ୟକ୍ତି ଜଣକ ଲେଖିଛନ୍ତି, ବିବାହ ଦୁଇ ଲୋକଙ୍କ ମଧ୍ୟରେ ବ୍ୟକ୍ତିଗତ ମାମଲା। ଏହା ଲୋକଙ୍କ ଭାବନା ଉପରେ ଆଧାରିତ। ଏହି ନିଷ୍ପତ୍ତି ଦୁଇ ଲୋକଙ୍କୁ ନିଜ ସହମତି ଆଧାରରେ ନେବା ଉଚିତ, କୋର୍ଟ ଏବଂ ଆଇନ ଦ୍ୱାରା ବନାଯାଇଥିବା ନିୟମ ଆଧାରରେ ନୁହେଁ। କହି ରଖୁଛୁ, ନ୍ୟୁୟର୍କ ଆଇନ ମୁତାବକ, ଯଦି କେହି ନିଜ ପରିବାର ସଦସ୍ୟଙ୍କୁ ବିବାହ କରେ କିମ୍ବା ତାଙ୍କ ସହିତ ସମ୍ପର୍କ ରଖେ, ତା’ହେଲେ ତାଙ୍କୁ ୪ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.