ପୁରୀରେ ଦୁଇ ମିଟରକୁ ବଢିଲା ସାମାଜିକ ଦୂରତା, ନିୟମ ଉଲ୍ଲଂଘନ କଲେ ଦୋକାନୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ପୁରୀ: କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ରଖିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଦୋକାନୀ, ରିଟେଲର ଓ ପରିବା ଦୋକାନୀ ୨ରୁ ୩ ମିଟର ବ୍ୟବଧାନରେ ବ୍ୟବସାୟ କରିବେ । ନିୟମ ଉଲ୍ଲଂଘନ କଲେ ଦୋକାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ । ସେମାନଙ୍କ ଟ୍ରେଡ ଲାଇସେନ୍ସ ରଦ୍ଦ କରିିଆଯିବ । ଅତି ଜରୁରୀ କାମରେ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି। ଅପରପକ୍ଷେ ପୁରୀ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଶିଖରଘାଟ ବ୍ରିଜ ନିକଟରେ ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ସିଲ୍‌ କରିଛି କାକଟପୁର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.