Below header

ଡ଼ିସେମ୍ବର ୩୧ ରାତି ୧୧ଟାରେ ପଡ଼ିବ ଶ୍ରୀମନ୍ଦିର ପହୁଡ, ନୂଆବର୍ଷରେ ରାତି ୧ରୁ ମହାପ୍ରଭୁଙ୍କ ଦର୍ଶନ

ନୂଆବର୍ଷରେ ରାତି ଗୋଟାଏରୁ ଶ୍ରୀମନ୍ଦିରରେ ହେବ ଦର୍ଶନ। ଡ଼ିସେମ୍ବର ୩୧ ରାତି ୧୧ଟା ରେ ପଡ଼ିବ ମହାପ୍ରଭୁଙ୍କ ପହୁଡ। ନୂଆବର୍ଷରେ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାତିର ଗୋଟାଏରୁ ଦର୍ଶନ ପାଇଁ ନିଷ୍ପତ୍ତି ନିଆଯାଇଛି।

ପୁରୀ (କେନ୍ୟୁଜ): ନୂଆବର୍ଷରେ ରାତି ଗୋଟାଏରୁ ଶ୍ରୀମନ୍ଦିରରେ ହେବ ଦର୍ଶନ। ଡ଼ିସେମ୍ବର ୩୧ ରାତି ୧୧ଟା ରେ ପଡ଼ିବ ମହାପ୍ରଭୁଙ୍କ ପହୁଡ। ନୂଆବର୍ଷରେ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାତିର ଗୋଟାଏରୁ ଦର୍ଶନ ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହା ସହ ନୂଆବର୍ଷରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ, ପଲିଥିନ ଓ ପାନ, ଗୁଟଖା ସମ୍ପୂର୍ଣ୍ଣ ନିଷେଧ। ଶାଳିନତା ପୂର୍ଣ୍ଣ ପୋଷାକ ପିନ୍ଧି ଶ୍ରୀମନ୍ଦିର ଆସିବାକୁ ଅନୁରୋଧ କରିଛନ୍ତି। ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସେହିପରି ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ ପ୍ରଶାସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.