ବାପା ମା’ଙ୍କ ଆଖି ଆଗରେ ଶିଶୁର ଜୀବନ ନେଇଗଲା ଟ୍ରକ୍‌

ବାପା ମା’ଙ୍କ ଆଖି ଆଗରେ ଘଟିଗଲା ଅଘଟଣ। କ୍ଷଣକେ ଉଜୁଡ଼ିଗଲା ସଂସାର । ରାସ୍ତା ପାର ହେଉଥିଲା କୁନିପୁଅ ହେଲେ ଯମ ରୂପି ଟ୍ରକ୍‌ ମାଡ଼ି ଆସିଥିଲା । ଆଉ କ୍ଷଣକ ମଧ୍ୟରେ ସବୁକିଛି ଓଲଟ ପାଲଟ କରି ଦେଲା । ଫଳରେ ଘଟଣାସ୍ଥଳରେ କୁନି ଶିଶୁର ଜୀବନ ନେଇଗଲା ଟ୍ରକ୍‌ ।

ବାପା ମା’ଙ୍କ ଆଖି ଆଗରେ ଘଟିଗଲା ଅଘଟଣ। କ୍ଷଣକେ ଉଜୁଡ଼ିଗଲା ସଂସାର । ରାସ୍ତା ପାର ହେଉଥିଲା କୁନିପୁଅ ହେଲେ ଯମ ରୂପି ଟ୍ରକ୍‌ ମାଡ଼ି ଆସିଥିଲା । ଆଉ କ୍ଷଣକ ମଧ୍ୟରେ ସବୁକିଛି ଓଲଟ ପାଲଟ କରି ଦେଲା । ଫଳରେ ଘଟଣାସ୍ଥଳରେ କୁନି ଶିଶୁର ଜୀବନ ନେଇଗଲା ଟ୍ରକ୍‌ ।

ରାସ୍ତା ଉପରେ ମୁଣ୍ଡ ପିଟି କାନ୍ଦୁଛନ୍ତି ବାପା ମା । ଏ ଦୃଶ୍ୟ ଦେଖି ଆମ ଛାତି ଥରି ଯାଉଛି । କିଭଳି ବିକଳ ଚିତ୍କାର କରୁଛନ୍ତି ବାପା ମା ଦୁଇଜଣ । ବାପା ମା’ଙ୍କ ସହ ପାଖ ପଡ଼ୋଶୀ ମାନେ ଛୁଆର ଶବ ଧରି କ୍ଷତି ପୂରଣ ଦାବୀରେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ଦେଓଭରଣ୍ଡି ଗ୍ରାମ ନିକଟରେ ।
ମୃତ ଶିଶୁ ଜଣକ ସାଢେ଼ ଚାରି ବର୍ଷର ତାଙ୍କ ନାଁ ହେଉଛି ଗୌରବ କୁମାର କୋରାମ୍‌ । ଗୌରବଙ୍କ ଘର ଛତିଶଗଡରେ । ଶିଶୁ ଜଣଙ୍କ ବାପା ମା’ଙ୍କ ସହ ରାଇଘର ଦେଓଭରଣ୍ଡି ଗ୍ରାମକୁ ଏକ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ। ଦଶାହ କାର୍ଯ୍ୟ ସରିବା ପରେ ବାପା ମାଙ୍କ ସହ ଆଜି ସନ୍ଧ୍ୟାରେ ନିଜ ଘରକୁ ଫେରିଥାନ୍ତେ। ହେଲେ ତା ପୂର୍ବରୁ ଘଟିଗଲା ଏତେ ବଡ଼ ଅଘଟଣ। ଦେଓଭରଣ୍ଡି ଗ୍ରାମର ଜାତୀୟ ରାଜପଥରେ ବାପା ମା ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିଲେ । ଗୌରବ ରାସ୍ତା ପାର କରୁଥିବା ବେଳେ ଦ୍ରୁତ ଗତିରେ ଟ୍ରକ୍‌ ମାଡ଼ି ଆସିଥିଲା । ଆଉ ବାପା ମା’ଙ୍କ ଆଖି ଆଗରେ ଟ୍ରକ୍ଟି ମାଡ଼ି ଯାଇଥିଲା ଫଳରେ ଘଟଣାସ୍ଥଳରେ ଗୌରବଙ୍କ ଜୀବନ ଚାଲିଯାଇଥିଲା। ଟ୍ରକ୍ଟି ରାୟପୁର ଆଡୁ ବିଶାଖାପାଟଣା ଯାଉଥବା ମାଲ୍ ବୋଝେଇ ଟ୍ରକ ଦୁର୍ଘଟଣା ଘଟାଇ ଥିଲା ।

ଏନେଇ ଘଟଣା ସ୍ଥଳରେ ଉତେଜିତ ଲୋକେ ଟ୍ରକ୍‌ କୁ ଅଟକାଇବା ସହ କ୍ଷତି ପୂରଣ ଦାବିରେ ରାସ୍ତରୋକ କରିଛନ୍ତି । ଫଳରେ ନବରଙ୍ଗପୁରରୁ ରାୟପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ଘଟଣା ପରେ ରାଇଘର ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇବା ପାଇଁ ଆଲୋଚନା କରିଥିଲେ । ଏନେଇ ରାଇଘର ପୋଲିସ ଟ୍ରକ୍‌ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.