ସେପ୍ଟେମ୍ବରରୁ ଶ୍ରୀମନ୍ଦିର ହେରିଟେଜ କରିଡ଼ର ନିର୍ମାଣ କାର୍ଯ୍ୟ ଆରମ୍ଭ , ଖାଲି ଅପେକ୍ଷା କେନ୍ଦ୍ରର ଅନୁମତିକୁ: ମୁଖ୍ୟ ସଚିବ

ପୁରୀ(କେନ୍ଯୁଜ୍):ସେପ୍ଟେମ୍ବରରୁ ଆରମ୍ଭ ହେବ ଶ୍ରୀମନ୍ଦିର ହେରିଟେଜ କରିଡ଼ର ନିର୍ମାଣ କାର୍ଯ୍ୟ। ଏଥିପାଇଁ କେନ୍ଦ୍ରର ଅନୁମତିକୁ ଅପେକ୍ଷା କରାଯାଇଛି । ଏନେଇ ସଂସ୍କୃତି ମନ୍ତ୍ରାଳୟକୁ ଅବଗତ କରିଛନ୍ତି ପୂର୍ତ୍ତ ସଚିବ । ପୁରୀ ଗସ୍ତରେ ଆସି ମୁଖ୍ୟ ସଚିବ ସୁରେଶ ମହାପାତ୍ର ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏହାସହ ସେବାୟତ ମାନଙ୍କ ସହ ଆଲୋଚନା କରି ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି।

ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ହବିଷ୍ୟାଳି ଭବନ ବୁଲି ଦେଖିଛନ୍ତି। ସେଠାରେ ଚାଲିଥିବା କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି। ହବିଷିଆଳିମାନଙ୍କ ପାଇଁ ନିର୍ମାଣ ହୋଇଥିବା କୋଠା କାର୍ଯ୍ୟ ଶେଷ ହୋଇଛି । ଖୁବଶୀଘ୍ର ଏହା ଭକ୍ତଙ୍କ କାର୍ଯ୍ୟରେ ଲାଗିବ ବୋଲି ମୁଖ୍ୟ ସଚିବ ସୂଚନା ଦେଇଛନ୍ତି। ସେହିପରି ସ୍ୱର୍ଗଦ୍ୱାର ଯାଇ ସେଠାରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.