ପୁରୀ ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ରହିବ ଶ୍ରୀମନ୍ଦିର ଜମା ଟଙ୍କା, ୩ ବର୍ଷ ପାଇଁ ଅର୍ଥରାଶି ରଖାଯିବ ବୋଲି କହିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ

ପୁରୀ(କେନ୍ୟୁଜ୍):  ପୁରୀ ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ରହିବ ଶ୍ରୀମନ୍ଦିର ଜମା ଟଙ୍କା । ସବୁଠାରୁ ଅଧିକ ସୁଧ ୫.୭୫ ପ୍ରତିଶତ ପାଇଁ ଏହି ବ୍ୟାଙ୍କରେ ପ୍ରାଥମିକ ପର୍ଯ୍ୟାୟରେ ୩୫୨ କୋଟି ଟଙ୍କା ସ୍ଥାୟୀ ଜମା ରଖାଯିବ । ୩ ବର୍ଷ ପାଇଁ ଅର୍ଥରାଶି ରଖାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜାତୀୟକରଣ ବ୍ୟାଙ୍କର ଟେଣ୍ଡର ପ୍ରକ୍ରିୟାରେ ୧୬ଟି ବ୍ୟାଙ୍କକୁ ଡକାଯାଇଥିଲା । ହେଲେ ୮ଟି ବ୍ୟାଙ୍କ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ । ସେଥିମଧ୍ୟରୁ ଇଣ୍ଡିଆନ ବ୍ୟାଙ୍କ ଦ୍ୱିତୀୟ ସର୍ବାଧିକ ସୁଧହାର ୫.୪୦ ଓ କାନାରା ବ୍ୟାଙ୍କ ତୃତୀୟ ସର୍ବାଧିକ ସୁଧହାର ୫ ପ୍ରତିଶତ ଟେଣ୍ଡର ପକାଇଥିଲେ । ଏଥିପାଇଁ ସର୍ବାଧିକ ସୁଧହାର ଲାଗି ପ୍ରଥମ ପର୍ଯ୍ୟାୟରେ ୟେସ ବ୍ୟାଙ୍କରରେ ପରିପକ୍ୱ ହୋଇଥିବା ୩୯୭ କୋଟି ଟଙ୍କାରୁ ୩୫୨ କୋଟି ଟଙ୍କା ୟୁନିଅନ ବ୍ୟାଙ୍କରେ ରଖିବାକୁ ନିଷ୍ପତ୍ତି ହୋଇଛି । ଏବେ ଏହି ଟଙ୍କା ଏସ୍‌ବିଆଇରେ ରହିଥିବା ବେଳେ ତାକୁ ଖୁବଶୀଘ୍ର ୟୁନିୟନ ବ୍ୟାଙ୍କରେ ରଖାଯିବ । ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଶ୍ରୀମନ୍ଦିର ଫାଉଣ୍ଡେସନ ଫଣ୍ଡର ଶହେ କୋଟି ଟଙ୍କା ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଜମା ରଖାଯାଇଥିବା ବେଳେ କର୍ପସ ଫଣ୍ଡ ଓ ଟେମ୍ପୁଲ ଫଣ୍ଡ ଟଙ୍କା ମଧ୍ୟ ୟୁନିୟନ ବ୍ୟାଙ୍କରେ ଜମା ରଖାଯିବା । ୩୦ ତାରିଖରେ ୟେସ୍‌ ବ୍ୟାଙ୍କରେ ମାଚ୍ୟୁରିଟି ହେଉଥିବା ବାକି ୧୫୬ କୋଟି ଟଙ୍କା କେଉଁଠି ରଖାଯିବ ତାହା ପରେ ନିଷ୍ପତ୍ତି ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.