ବାତ୍ୟା ନେଇ ସତର୍କତା ଜାରି କଲା ପୁରୀ ବନ୍ୟପ୍ରାଣୀ ବନଖଣ୍ଡ,ବାଲିଖଣ୍ଡ ଅଭୟାରଣ୍ୟରେ ଥିବା ପାଖାପାଖି ୪ହଜାର ହରିଣ ସବୁରୁ ଅଧିକ ପ୍ରଭାବିତ ହେବା ଆଶଙ୍କା

ପୁରୀ(କେନ୍ୟୁଜ୍): ସମ୍ଭାବ୍ୟ ଫନି ବାତ୍ୟା ନେଇ ସତର୍କତା ଜାରି କଲା ପୁରୀ ବନ୍ୟପ୍ରାଣୀ ବନଖଣ୍ଡ। ବାଲୁଖଣ୍ଡରେ ଥିବା ଓ ମେରାଇନ ଡ୍ରାଇଭ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବୃକ୍ଷ ସବୁ ଉପୁ଼ଡ଼ି ଯିବା ଆଶଙ୍କା ରହିଛି। ଏଣୁ ଏହି ସମୟରେ କେହି କୋଠାଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। କୌଣସି ବ୍ୟକ୍ତି ବା ଗାଈଗୋରୁ ଚାଳଘର, ଝାଟିଘର, ଆଜବେଷ୍ଟସ ବା ଟାଇଲ ଘରେ ରହିବେ ନାହିଁ। ଅଭୟାରଣ୍ୟ ମଧ୍ୟରୁ ଅନେକ ହରିଣ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ଗାଁ ମାନଙ୍କରେ ଆଶ୍ରୟ ପାଇଁ ପଶିଯିବାର ସମ୍ଭାବନା ଥିବାରୁ ସେମାନଙ୍କୁ ସୁରକ୍ଷା ଦେବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କୁ ଘଉଡ଼ାଇବେ ନାହିିଁ, କିମ୍ବା ଆଘାତ ଦେବେ ନାହିଁ। କୌଣସି ବନ୍ୟଜନ୍ତୁଙ୍କ ସଂପର୍କରେ ଖବର ଦେଲେ ବନ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିବେ। ସେପଟେ ବାଲିଖଣ୍ଡ ଅଭୟାରଣ୍ୟରେ ଥିବା ପାଖାପାଖି ୪ହଜାର ହରିଣ ସବୁଠାରୁ ଅଧିକ ପ୍ରଭାବିତ ହେବେ ବୋଲି ଆଶଙ୍କା କରିଛନ୍ତି ଆଇଏଫଏସ ସୁଶାନ୍ତ ନନ୍ଦ। ସେମାନଙ୍କ ସୁରକ୍ଷା ପାଇଁ ସେ ଚିନ୍ତା ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.