ଏହି ଆପ ଜରିଆରେ ଜାଣନ୍ତୁ ବାତ୍ୟାର ଗତି, ସହଜରେ ଜାଣି ହେବ ପରିସ୍ଥିତି

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ ଫନି ବାତ୍ୟା ନେଇ ସମସ୍ତଙ୍କ ମନରେ ଭରି ରହିଛି ଆତଙ୍କ। ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଆଗକୁ ଆଗକୁ ମାଡ଼ି ଆସୁଛି ଫନି। ଆସନ୍ତାକାଲି ଅପରାହ୍ନରେ ପୁରୀ ନିକଟ ବାଲୁଖଣ୍ଡରେ ଏହା ସ୍ଥଳଭାଗ ଛୁଇଁବ। ‘ଫନି’ ବର୍ତ୍ତମାନ ଘଣ୍ଟା ପ୍ରତି ୧୫କିଲୋମିଟର ବେଗରେ ଉତ୍ତର, ଉତ୍ତର ପୂର୍ବ ଦିଗରେ ମୁହାଁଇଛି। ତେବେ ଆପଣ ବାତ୍ୟା ନେଇ କିପରି ସମସ୍ତ ସୂଚନା ପାଇ ପାରିବେ ତାହା ପାଇଁ ଆମେ କହିବାକୁ ଯାଉଛୁ।

fani app

Storm Radar : weather Map

ବାତ୍ୟାର ମିନିଟ ଟୁ ମିନିଟ ଖବର ପାଇବା ପାଇଁ ଏହି ଆପ ସବୁଠାରୁ ଭଲ। ଏହି ଆପ୍ ଜରିଆରେ ଆପଣ ବାତ୍ୟାର ଗତିବିଧିକୁ ସଠିକ୍ ଭାବେ ଜାଣିପାରିବେ। ଏହା ବ୍ୟାତୀତ କେଉଁ ସମୟରେ କେତେ ପରିମାଣର ବାତ୍ୟାର ପ୍ରଭାବ ପଡିବ ତାହା ମଧ୍ୟ ଜାଣିପାରିବେ। କେଉଁ ସ୍ଥାନରେ ପ୍ରଭାବ ପକାଇବ ମଧ୍ୟ ଜାଣିପାରିବେ।

Radar Weather map & Storm Tracker

ଏହି ଆପ ଦ୍ବାରା ଆପଣ ବାତ୍ୟା କେଉଁ ସମୟରେ, କେଉଁ ଅଞ୍ଚଳରେ କେତେ ପରିମାଣର ହେବ ତାହାର ସୂଚନା ମିଳିବ। ଏହା ବ୍ୟତୀତ ତାହାର ପ୍ରଭାବ କେତେ ଦୂର ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇବ ତାହା ମଧ୍ୟ ସଠିକ୍ ଭାବେ ଜଣାପଡିବ। ଏହି ଆପକୁ ଆପଣ ଗୁଗୁଲ ପ୍ଳେ ଷ୍ଟୋରରୁ ଡାଉନଲୋଡ କରିପାରିବେ।

app fani

Windy.com

ବାତ୍ୟା ସମ୍ବନ୍ଧୀୟ ସବିଶେଷ ବିବରଣୀ ଆପଣ ଏହି ଆପ ଜରିଆରେ ପାଇପାରିବେ। କେତେ ବେଗର ପବନ ବହିବ ତଥା କେତେ ପରିମାଣର ବର୍ଷା ହେବ ତାହା ମଧ୍ୟ ଏଥିରେ ଦେଖାଯାଇ ପାରିବ। ଏହି ଆପକୁ ପ୍ଳେ ଷ୍ଟୋରରେ ୪.୭ ରେଟିଂ ମିଳିଥିବା ବେଳେ ଏହାକୁ ଆପଣ ପ୍ଳେ ଷ୍ଟୋରରୁ ଡାଉନଲୋଡ କରି ବ୍ୟବହାର କରିପାରିବେ।

ଏହି ଆପ ବ୍ୟତୀତ ଆପଣ Google Satelite, India satellite Weather, Weather Rader Live & Alerts ଆଦି ଆପରେ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.