ଛେଳି ଗିଳିଥିବା ଅଜଗରକୁ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ଘଟଗାଁ/ଆନନ୍ଦପୁର (କେନ୍ୟୁଜ୍‌) : ଛେଳିକୁ ଗିଳିଥିବା ଅଜଗର ଉଦ୍ଧାର । କେନ୍ଦୁଝର ଘଟଗାଁ ବନ ବିଭାଗ ଏହି ସାପଟିକୁ ଉଦ୍ଧାର କରିଛି । ଗତକାଲି ଅପରାହ୍ନରେ କୋଳିମାଟି ଜଙ୍ଗଲରେ ସାପଟି ଗୋଟିଏ ଛେଳିକୁ ଗିଳି ଦେଇଥିଲା । ଏହାପରେ ଆଉ ଚଳପ୍ରଚଳ କରି ପାରିନଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେମାନେ ସାପଟିକୁ ନେଇ ଜଙ୍ଗଲ ଭିତରେ ଛାଡ଼ି ଦେଇଛନ୍ତି । ତେବେ ଏହି ୧୦ ଫୁଟର ଅଜଗରଟିକୁ ସ୍ୱାଭାବିକ ଭାବେ ଚଳପ୍ରଚଳ କରିବାକୁ ବେଶ୍‌ କେଇ ଘଣ୍ଟା ଲାଗିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.