ଭୁବନେଶ୍ୱର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜେଲ ଗଲେ ଆର୍‌ ଏଣ୍ଡ ବି ଡିଭିଜନ୍-୧ର ବରିଷ୍ଠ କିରାଣୀ ଅସିତ୍‌ ନାୟକ

କେନ୍ୟୁଜ୍(ବ୍ୟୁରୋ):  ଜେଲ ଗଲେ କୋଟିପତି କିରାଣୀ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆର୍‌ ଏଣ୍ଡ ବି ଡିଭିଜନ୍‌ ଓ୍ଵାନର ବରିଷ୍ଠ କିରାଣୀ ଅସିତ୍‌ କୁମାର ନାୟକଙ୍କୁ ଭିଜିଲାନ୍‌ସ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖରୁ ୫ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।

ଗତକାଲି ଅସିତଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍‌ ହୋଇଥିଲା । ରେଡ ବେଳେ ଘରୁ ମିଳିଥିଲା ନଗଦ ୧୦ ଲକ୍ଷ ଟଙ୍କା, ସୁନାଗହଣା ଓ ଏକାଧିକ ଦାମୀ ମୋବାଇଲ ଫୋନ । ଭୁବନେଶ୍ୱର ଡୁମୁଡୁମାରେ ତାଙ୍କର ଘର ରହିଥିବା ବେଳେ ସୁନ୍ଦରପଦା ଓ ଜଟଣୀରେ ଏକାଧିକ ପ୍ଲଟ ଓ ଫ୍ଲାଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.