ପିପିଲି ମଙ୍ଗଳପୁର ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ, ଯୋଗାଣ ମାପ ଓ ଓଜନ ବିଭାଗର ଚଢାଉ

ପୁରୀ : ପିପିଲି ମଙ୍ଗଳପୁର ପେଟ୍ରୋଲ ପମ୍ପରେ ତେଲ ଠକେଇ ହେଉଥିବା ଅଭିଯୋଗ ପରେ ପେଟ୍ରୋଲ ପମ୍ପରେ ଚଢାଉ କରିଛି ଯୋଗାଣ ମାପ ଓ ଓଜନ ବିଭାଗ । ବରିଷ୍ଠ ଅଧିକାରୀମାନେ ପେଟ୍ରୋଲ ପମ୍ପ୍‌ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ୍‌ କରିଥିଲେ ବି ଠକେଇ ନେଇ କୌଣସି ପ୍ରମାଣ ମିଳି ପାରିନଥିଲା । ପିପିଲି ମଙ୍ଗଳପୁର ବଜାରରେ ଥିବା ମହାଲକ୍ଷ୍ମୀ ଫିଲିଙ୍ଗ ଷ୍ଟେସନ୍‌ ପେଟ୍ରୋଲ ପମ୍ପରେ ତେଲ ଠକେଇ ହୋଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ପୁରୀ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ବିଭୁ ଭୂଷଣ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଫିଲିଙ୍ଗ ଷ୍ଟେସନରେ ଚଢାଉ କରାଯାଇଥିଲା। ଜିଲ୍ଲା ମାପ ଓ ଓଜନ ସହକାରୀ ନିୟନ୍ତ୍ରକ ଗୋପାଳ ବଲ୍ଲଭ ସାମନ୍ତରାୟ , ପୁରୀ ମୁଖ୍ୟ କାର୍ଯ୍ୟାଳୟର ଯୋଗାଣ ନିରୀକ୍ଷକ ସସ୍ମିତା ସାହୁ, ପିପିଲି ବ୍ଲକ ଯୋଗାଣ ନିରୀକ୍ଷକ ପ୍ରମୁଖ ଚଢଉ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.