ଏବେ ଭୁବନେଶ୍ୱର ଓ ପୁରୀକୁ ବି ଗଡିବ ଏହି ଦୁଇଟି ଟ୍ରେନ୍‌, ରୁଟ୍‌ ବଢ଼ାଇଲା ଭାରତୀୟ ରେଳ

ଭାରତୀୟ ରେଳବାଇ ଟାଟାନଗର-ଜମ୍ମୁ ତଓ୍ଵି ଏବଂ ସମ୍ବଲପୁର-ଜମ୍ମୁ ତଓ୍ଵି ଟ୍ରେନର ରୁଟକୁ ଓଡିଶାର ଭୁବନେଶ୍ୱର ଏବଂ ପୁରୀ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କୁହୁଡି କମ୍‌ ହେବା ପରେ ଟ୍ରେନ୍‌ ନିଜର ବିସ୍ଥାପିତ ରୁଟରେ ଚାଲିବ। ଝାଡଖଣ୍ଡ ଏବଂ ଓଡିଶାରେ ଯାତ୍ରୀଙ୍କ ସୁବିଧା ପାଇଁ ଟାଟାନଗର-ଜମ୍ମୁ ତଓ୍ଵି ଏବଂ ସମ୍ବଲପୁର-ଜମ୍ମୁ ତଓ୍ଵି ଟ୍ରେନର ରୁଟ୍‌ ତିଆରି ହୋଇଥିଲା। ରିପୋର୍ଟ ଅନୁଯାୟୀ ଓଡିଶାର ଅନେକ ସାଂସଦ ଲମ୍ବା ସମୟ ଧରି ରେଳ ମନ୍ତ୍ରାଳୟଙ୍କ ପାଖରେ ଏହି ଟ୍ରେନକୁ ଭୁବନେଶ୍ୱର ଏବଂ ପୁରୀ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଦାବି କରିଥିଲେ।

୬ ଜାନୁୟାରୀରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ LHB ବଗି ବିଶିଷ୍ଟ ପୁରୀ-ହଟିଆ-ପୁରୀ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ସେ ଭିଡିଓ କନଫେରେନସିଙ୍ଗ୍‌ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି।

ସୂଚନା ଅନୁଯାୟୀ ଭାରତୀୟ ରେଳ ଚଳିତ ବର୍ଷ ଏପ୍ରିଲରୁ ମଇ ମାସ ଭିତରେ ଟାଟା-ଜମ୍ମୁ ତଓ୍ଵି ଏବଂ ସମ୍ବଲପୁର-ଜମ୍ମୁତଓ୍ଵି ଟ୍ରେନ୍‌ ଗୁଡିକର ପୁରୁଣା ପାରମ୍ପରିକ ବଗିରେ LHB ବଗିକୁ ବଦଳାଇବାକୁ ଯୋଜନା କରିଛନ୍ତି। ଏଲଏଚବି କୋଚ୍‌ ଯୋଡି ହେବା ପରେ ଏହାର ସଂଖ୍ୟା ୧୭୨ କୁ ବୃଦ୍ଧି ପାଇବ।

ତେବେ ଏହାରି ଭିତରେ ଚକ୍ରଧରପୁର ରୁ ବମାଡାର ଟଙ୍ଗରମୁଣ୍ଡା ଭିତରେ କରାଯାଉଥିବା ନନ୍‌-ଇଣ୍ଟରଲକିଙ୍ଗ କାର୍ଯ୍ୟ କାରଣରୁ ଝାଡଖଣ୍ଡ ଯାଉଥିବା ୬ଟି ଟ୍ରେନକୁ ୧୨ ଜାନୁୟାରୀ ପର୍ଯ୍ୟନ୍ତ ରଦ୍ଦ କରିଦିଆଯାଇଛି।

ରଦ୍ଦ କରାଯାଇଥିବା ଟ୍ରେନ ଗୁଡିକର ସୂଚନା :

18175: ହଟିଆ– ଝାରସୁଗୁଡା ଏକ୍ସପ୍ରେସ: ଜାନୁୟାରୀ 9 ରୁ ଜାନୁୟାରୀ 12 ପର୍ଯ୍ୟନ୍ତ।
18176: ଝାରସୁଗୁଡା – ହଟିଆ ଏକ୍ସପ୍ରେସ: ଜାନୁୟାରୀ 9 ରୁ ଜାନୁୟାରୀ 12 ପର୍ଯ୍ୟନ୍ତ।
08167: ରାଉରକେଲା – ଝାରସୁଗୁଡା MEMU ଯାତ୍ରୀ: ଜାନୁଆରୀ 9 ରୁ ଜାନୁୟାରୀ 12।
08168: ଝାରସୁଗୁଡା – ରାଉରକେଲା MEMU ଯାତ୍ରୀ: ଜାନୁଆରୀ 9 ରୁ ଜାନୁୟାରୀ 12।
18105: ରାଉରକେଲା – ପୁରୀ ଏକ୍ସପ୍ରେସ: ଜାନୁଆରୀ 9 ରୁ ଜାନୁୟାରୀ 12।
18106: ପୁରୀ-ରାଉରକେଲା ଏକ୍ସପ୍ରେସ: ଜାନୁୟାରୀ 9 ରୁ ଜାନୁୟାରୀ 12।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.