ଶ୍ୱାସରୁଦ୍ଧରୁ ମୃତ୍ୟୁ, ବେକରେ ରହିଛି କ୍ଷତ ଚିହ୍ନ: ଆସିଲା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର(କେନ୍ୟୁଜ): ଶ୍ୱାସରୁଦ୍ଧରୁ ରାଇମୋହନଙ୍କ ମୃତ୍ୟୁ। କମିଶନରେଟ୍‌ ପୋଲିସର ହସ୍ତଗତ ହୋଇଛି ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ। ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଗଳାରେ ରସି ଲଗାଇବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ତାଙ୍କ ବେକରେ କ୍ଷତ ଚିହ୍ନ ରହିଛି।

ପୋଷ୍ଟମର୍ଟମ ରିପୋର୍ଟ ନେଇ କ୍ୟାପିଟାଲ୍‌ ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ରାଇମହନଙ୍କ ଭିସେରା ନମୁନା ଫରେନ୍‌ସିକ୍‌ ସାଇନ୍‌ସ ଲାବୋରେଟାରୀକୁ ପଠାଯାଇଛି। ଗତ ୨୪ ତାରିଖରେ ଝୁଲନ୍ତା ଅବସ୍ଥାରେ ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.