କରଞ୍ଜିଆ ଉପଖଣ୍ଡରେ ୨୩ ଟିକିଆ ହାତୀପଲଙ୍କ ଉତ୍ପାତ, ଆତଙ୍କିତ ଅବସ୍ଥାରେ ୫୦ରୁ ଉର୍ଦ୍ଧ୍ୱ ଗାଁ ଲୋକେ

କରଞ୍ଜିଆ(କେନ୍ୟୁଜ): ୨୩ ଟିକିଆ ହାତୀପଲଙ୍କ ଆତଙ୍କ । କରଞ୍ଜିଆ ଉପଖଣ୍ଡରେ ୨୩ ଟିକିଆ ହାତୀପଲଙ୍କ ଉତ୍ପାତ । ହାତୀଙ୍କ ଉତ୍ପାତ ଯୋଗୁ କରଞ୍ଜିଆ, ଶୁକୃଳି, ରରୁଆ ବ୍ଳକରେ ୫୦ରୁ ଉର୍ଦ୍ଧ୍ୱ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତପଲ ଦିନବେଳେ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁ ମୁହାଁ ହେଉଛନ୍ତି ।

କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଅଞ୍ଚଳରେ ଅଛନ୍ତି ୨୩ଟିକିଆ ହାତୀପଲ । ଶିରମଣିପୁରରେ ୧୮ଟି ହାତୀ ଓ ତୁଳଶୀପଶି ଗାଁ ନିକଟରେ ଥିବା ଜଙ୍ଗଲରେ ୫ଟି ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଜରାଡି ଗାଁର କୀର୍ତ୍ତନ ଚନ୍ଦ୍ର ନାଏକଙ୍କ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ । ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.