Below header

ପୁଣି ଦାନା ବାନ୍ଧୁଛି ଲଘୁଚାପ, ବର୍ଷା ମୁକାବିଲା ପାଇଁ ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍) : ପୁଣି ଦାନା ବାନ୍ଧୁଛି ଲଘୁଚାପ । ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତିନି ଦିନ ଧରି ବର୍ଷା ସମ୍ଭାବନା ରହିଛି । ଗତକାଲି ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବର୍ଷା ହୋଇଥିଲା । ପାଣିପାଗ କେନ୍ଦ୍ର ସୂଚନା ଦେଇଛି, ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା,ପୁରୀ, କଟକ ଓ ଗଞ୍ଜାମ ଏପରି ଆଠଟି ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ବି ରହିଛି ।

rain-718x430ବର୍ଷା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଥିବା ବେଳେ ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ । ଫସଲ ସୁରକ୍ଷା ନେଇ ଚାଷୀଙ୍କୁ ପରାମର୍ଶ ଦେଇଛି କୃଷି ବିଭାଗ । ସେହିପରି ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଦିଆଯାଇଛି । ସମୁଦ୍ର ମଧ୍ୟକୁ ନ ଯିବାକୁ କୁହାଯାଇଛି । ସମୁଦ୍ର ଭିତରକୁ ଯାଇଥିବା ସମସ୍ତ ମାଛଧରା ବୋଟଗୁଡ଼ିକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ଉପକୂଳ ଜିଲ୍ଲାଗୁଡ଼ିକର ସମସ୍ତ ମତ୍ସ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଚାଷୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ

11ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ପାଇଁ ଚାଷୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି କୃଷି ବିଭାଗ । ଫସଲ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଛି । କାରଣ ବର୍ଷ ପରେ ରୋଗ ପୋକ ଭୟ ଦେଖାଦେଇଥାଏ । ବର୍ଷା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଥିବା ବେଳେ ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ । ସେହିପରି ଚାଷୀଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି ଓୟୁଏଟି କର୍ତ୍ତୃପକ୍ଷ । ପାଚି ଯାଇଥିବା ସଅଳ ଓ କିସମ ଧାନକୁ ତୁରନ୍ତ କାଟି ଆଣି ସୁରକ୍ଷିତ ସ୍ଥାନରେ ମହଜୁଦ ରଖିବା ପାଇଁ କୁହାଯାଇଛି ।

chasi ଧାନ ଜମିରୁ ବଳକା ପାଣି ବାହାରି ଯିବା ପାଇଁ ନାଳୀ କରନ୍ତୁ ଓ ଏହାର ମୁହଁକୁ ଖୋଲା ରଖନ୍ତୁ । ବିଲରେ ପଡ଼ିଥିବା ଧାନ ଯେଭଳି ଗଜା ନହେବ ବର୍ଷା ଛାଡ଼ିବା ପରେ ୨ ଭାଗ ଲୁଣ ପାଣି ସିଞ୍ଚନ କରନ୍ତୁ । ବର୍ଷା ଛାଡ଼ିବା ପରେ ଧାନ, ପନିପରିବା ଓ ଡାଲି ଜାତୀୟ ଫସଲରେ ରୋଗ ପୋକ ଲାଗିବାର ସମ୍ଭାବନା ରହିଛି । ଏଥିପ୍ରତି ସଜାଗ ରହିବାକୁ କହିଛନ୍ତି ଓୟୁଏଟି କର୍ତ୍ତୃପକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.